ଡାକ୍ତରଖାନାରେ ଡାକ୍ତରଙ୍କୁ ମିଳିଲାନି ବେଡ୍‌ , ମୃତ୍ୟୁ ସହ ଲଢି ଶେଷରେ ଆଖି ବୁଜି ଦେଲେ କରୋନା ଯୋଦ୍ଧା

ବେଙ୍ଗାଲୁର: କରୋନା ରୋଗୀଙ୍କ ସେବା କରୁଥିଲେ। ରୋଗୀଙ୍କ ଚିକିତ୍ସା କରୁ କରୁ ନିଜେ ପଡ଼ିଗଲେ ରୋଗରେ। ହେଲେ ଦୁଃଖର ବିଷୟ, ତାଙ୍କର ଚିକିତ୍ସା କରିବାକୁ କେହି ଆଗେଇ ଆସିଲେନି। ତିନି ତିନିଟା ଡାକ୍ତରଖାନା ତାଙ୍କୁ ଚିକିତ୍ସା କରିବନି ବୋଲି କହି ଫେରାଇ ଦେଲା। ଶେଷରେ ଏକା ଏକା ମୃତ୍ୟୁ ସହ ଲଢି ଆଖି ବୁଜିଦେଲେ ଜଣେ ୫୦ ବର୍ଷ ବୟସ୍କ ଏଇ କରୋନା ଯୋଦ୍ଧା।

ଡାକ୍ତର ମଞ୍ଜୁନାଥ ଏସ୍‌ଟି କନକପୁରା ତାଲୁକର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ  ଡ୍ୟୁଟି କରୁଥିଲେ।  ଡ୍ୟୁଟି କରିବା ସମୟରେ କେତେବେଳେ ସେ କରୋନା ଆକ୍ରାନ୍ତ ହୋଇଗଲେ ଜାଣି ପାରି ନ ଥିଲେ। ବାଙ୍ଗାଲୋର ମେଡକାଲ ୟକଲେଜ ଆଣ୍ଡ ଇନ୍‌ଷ୍ଟିଚ୍ୟୁଟ (BMCRI)ରେ ପରୀକ୍ଷା ପରେ ଗୁରୁବାର ତାଙ୍କର ପଜିଟିଭ  ରିପୋର୍ଟ ଆସିଥିଲା। ତାଙ୍କର ପରିବାରର ସେ ଦ୍ୱିତୀୟ ବ୍ୟକ୍ତି ଯିଏ କି କରୋନା ଆକ୍ରାନ୍ତ ହୋଇଥିଲେ ।  ପୂର୍ବରୁ ତାଙ୍କର ଶ୍ୱଶୁର କରୋନା ଆକ୍ରାନ୍ତ ହୋଇ ୨ ଦିନ ତଳେ ଆଖି ବୁଜି ଦେଇଥିଲେ।

ସ୍ଥାନୀୟ BBMPର ମେଡିକାଲ ଅଫିସର ଡାକ୍ତର ନଗେନ୍ଦ୍ର କୁମାରଙ୍କ କହିବା ଅନୁଯାୟୀ, ମଞ୍ଜୁନାଥଙ୍କର ଜ୍ୱର ହେବା ସହ ଶ୍ୱାସଜନିତ ସମସ୍ୟା ଦେଖା ଦେଇଥିଲା। ଜୁନ୍‌ ୨୫ରୁ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଲାଣି। କରୋନା ବୋଲି ସନ୍ଦେହ କରାଯାଉଥିଲା। ତେବେ ସେ ରିପୋର୍ଟକୁ ଅପେକ୍ଷା କରିଥିଲେ।

ତେବେ ସବୁଠାରୁ ଦୁଃଖର କଥା, ସେ ତିନୋଟି ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ହେଲେ କେଉଁଠି ତାଙ୍କୁ ବେଡ ମିଳି ନ ଥିଲା। କାରଣ ସବୁଠି ଗୋଟିଏ କଥା କୁହାଯାଇଥିଲ ଯେ କୋଭିଡ ଟେଷ୍ଟ ରିପୋର୍ଟ ଆଣ। ଶେଷରେ ୪ର୍ଥ ଥର ପାଇଁ ଆଉ ଏକ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ମଧ୍ୟ ସମାନ କଥା ଶୁଣିବାକୁ ମିଳିଲା। ଶେଷରେ ପରିବାର ଲୋକ ଏହି ଘରୋଇ ଡାକ୍ତରଖାନାର ସମ୍ମୁଖରେ ଧାରଣାରେ ବସିଲେ। ତା’ପରେ ୨୫ ତାରିଖ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା।

ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ହେଲେ ପରେ ପୁଣି ଖରାପ ହୋଇଗଲା । ତାଙ୍କୁ ଜୁଲାଇ ୯ ତାରିଖ BMCRI ଡାକ୍ତରଖନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଗଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏଠି କହି ରଖିବୁ, ତାଙ୍କ ପରିବାରର ୬ ଜଣ ସଦସ୍ୟ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି।

 

ଆହୁରି ପଢ଼ନ୍ତୁ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

You might also like