ବିରିୟାନି ପାଇଁ ଦେଢ଼ କିଲୋମିଟର ଯାଏ ଲମ୍ବା ଲାଇନ୍‌, ଭିଡିଓ ଭାଇରାଲ

ବେଙ୍ଗାଲୁରୁ: ବିରିୟାନି ପ୍ରାୟତଃ ସମସ୍ତଙ୍କର ପସନ୍ଦ। ହେଲେ ବିରିୟାନି ଖାଇବା ପାଇଁ ରାତି ୩ ଟାରୁ ଧାଡ଼ିରେ ଛିଡ଼ା ହେବା କଥା ଶୁଣିଲେ ଅଜବ ଲାଗିବ। ହେଲେ ଏମିତି କିଛି ଦୃଶ୍ୟ କର୍ଣ୍ଣାଟକର ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି।

କରୋନା କଟକଣାକୁ ଫୁ’ କରି ମଟନ ବିରିୟାନି ଖାଇବା ପାଇଁ ଦେଢ଼ କିଲୋମିଟର ଲମ୍ବା ଲାଇନ୍‌ରେ ଲୋକମାନେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ବେଙ୍ଗାଲୁରୁ ସିଟି ସେଣ୍ଟରରୁ ୨୫ କି.ମି. ଦୂରରେ ଏହି ବିରିୟାନି ସେଣ୍ଟର ରହିଛି।

ଏହି ଯାଗାରୁ ବିରିୟାନି ଖାଇବା ପାଇଁ ରାତି ୩ ଟାରୁ ଲୋକମାନେ ଲମ୍ବା ଲାଇନରେ ଅପେକ୍ଷା କରୁଥିବା ଜଣାପଡ଼ିଛି। କରୋନା କଟକଣା ସତ୍ତ୍ୱେ ରବିବାର ଦିନ ଏଠାକାର ବିରିୟାନି ଖାଇବା ଲାଗି ଲୋକଙ୍କ ଆଗ୍ରହ କହିଲେ ନ ସରେ। କେବଳ ଏତିକି ନୁହେଁ ୫୦ କିଲୋମିଟର ଦୂରରୁ ଲୋକେ ବିରିୟାନି ଖାଇବାକୁ ଏଠାକୁ ଆସିଥାନ୍ତି।

ଅନ୍ୟପକ୍ଷରେ, ଭାଇରାଲ ଭିଡିଓକୁ ନେଇ ଇଣ୍ଟରନେଟ୍‌ ବ୍ୟବହାରକାରୀମାନେ ସାମାଜିକ ଦୂରତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନେ ସାମାଜିକ ଦୂରତା ପାଳନ କରିନଥିବା ଲୋକେ କହିଛନ୍ତି।

ଆହୁରି ପଢ଼ନ୍ତୁ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

You might also like