ଦିନକ ପାଇଁ ପୁଲିସ୍ ଅଫିସର୍ ସାଜିଲେ ୫ କୁନିପିଲା; କାରଣ ଜାଣିଲେ ଆପଣ ବି ଅବାକ୍ ହୋଇଯିବେ

ବେଙ୍ଗାଲୁରୁ: ଦେହରେ ପୋଲିସ୍ ବର୍ଦ୍ଦି, ହାତରେ ହ୍ୟାଣ୍ଡକପ୍ ସାଙ୍ଗକୁ ପିସ୍ତଲ। ସତେ ଯେମିତି ଅପରାଧିଙ୍କୁ ସାବାଡ଼ କରିବାକୁ ବେଙ୍ଗାଳୁରୁ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପୂରା ପ୍ରସ୍ତୁତ ହୋଇଥିଲେ ୫ କୁନି କୁନି କଡ଼ା ଅଫିସର। ଆଜି ଏହି ୫ ଅଫିସରଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିଲା।

ଏହି ୫ କୁନି ଅଫିସର ଅଫିସ୍‌ ଆସିବା ମାତ୍ରେ ସମସ୍ତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସାଲ୍ୟୁଟ୍ ମାରି ଅଭିଭାଦନ ଜଣାଇଥିଲେ ଖୋଦ୍ ସିପି ଭାସ୍କର ରାଓ। ଏମିତକି ଡଗ୍ ସ୍କ୍ୱାର୍ଡ ବି ପାଖକୁ ଆସି ହାତ ମିଳାଇ ମନୋରଞ୍ଜନ କରିଥିଲେ।

କିନ୍ତୁ ଏସବୁ ଦେଖଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ ଏଭଳି ଆୟୋଜନ କାହିଁକି ହୋଇଛି? କାହିଁକି ଏଇ କୁନି ପିଲାମାନଙ୍କୁ ପୁଲିସ୍‌ ଅଫିସର୍‌ କରାଯାଇଛି? କିନ୍ତୁ ସତ ଜାଣିବା ପରେ ସମସ୍ତେ ଅବାକ ହୋଇଯାଇଥିଲେ।

ମାତ୍ର ଦିନକ ପାଇଁ ପୁଲିସ କମିଶନର ସାଜିଥିବା ଏସବୁ ପିଲାମାନେ କୌଣସି ନା କୌଣସି ପ୍ରାଣଘାତକ ରୋଗର ଶିକାର ହୋଇ ଚିକିତ୍ସାଧୀନ ଅଛନ୍ତି। କେତେବେଳେ କ’ଣ ଘଟିବ କିଛି କହି ହେବନି। ଆଉ ନିୟତୀ ତାଙ୍କ ଜୀବନ ସହ କିଛି ଖେଳିବା ପୂର୍ବରୁ ସେମାନେ କିଛି କରିଦେଖାଇବା ପାଇଁ ଚାହାଁନ୍ତି।

ଏହି କୁନି ପିଲାଙ୍କର ଖୁବ୍‌ ଆଶା ଯେ ସେମାନେ ପୁଲିସ୍‌ ଅଫିସର୍‌ ହେବେ ଆଉ ବଦମାସ୍‌ଙ୍କୁ ସାବାଡ୍‌ କରିବେ। ବାସ୍‌ ଏଇ ଶେଷ ଈଚ୍ଛାକୁ ସମ୍ମାନ ଜଣାଇବା ପାଇଁ ବେଙ୍ଗଳୁରୁ ପୁଲିସ କମିଶନରଙ୍କ ଅନୁମତି କ୍ରମେ ହୋଇଛି ଏଭଳି ଆୟୋଜନ। ଖୋଦ୍ ପୁଲିସ୍‌ କମିଶନ ସାଜିଛନ୍ତି ଏହି ୫ କୁନି ଅଫିସର୍‌ଙ୍କ ତଳସ୍ତର କର୍ମଚାରୀ। ତାଙ୍କୁ ସାଲ୍ୟୁଟ୍‌ ବି କରୁଛନ୍ତି।

ବଡ଼ କଥା ହେଲା, ଦୁସାଧ୍ୟରୋଗରେ ପୀଡ଼ିତ ଏ କୁନି କୁନି ପିଲାଙ୍କ ମହତ୍ ଅଭିଳାଶକୁ ପୂରଣ ହେବା ପଛରେ ରହିଛି ଏକ ସ୍ୱେଚ୍ଛାସେବୀ ସଂଗଠନର ପ୍ରଛନ୍ନ ହାତ। ‘ମେକ୍ ମାଇଁ ଓ୍ୱିସ୍ କମ୍ ଟ୍ରୁ’ ନାମକ ସଂସ୍ଥା ପକ୍ଷରୁ ପିଲାମାନଙ୍କ ମନର କଥାକୁ ସ୍ଥାନୀୟ ପୁଲିସ କମିଶନରଙ୍କୁ ଅବଗତ କରାଯିବା ପରେ ତାହା ଫଳବତୀ ହୋଇଛି।

ଦିନକ ପାଇଁ ଟପ୍ କପ୍ ବନିଥିବା ପିଲାଙ୍କ ବୟସ ୫ରୁ ୧୧ ଭିତରେ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଝିଅ ଅଛି। ବେଙ୍ଗଳୁରୁ କମିଶନରେଟ୍ ପୋଲିସର ଏ ଉଦ୍ୟମକୁ ଏବେ ଚାରିଆଡୁ ମିଳୁଛି ପ୍ରଶଂସା।

ଆହୁରି ପଢ଼ନ୍ତୁ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

You might also like