ଏହି ଅଭିନେତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କରୋନା

କୋଲକାତା: ବେଙ୍ଗଲି ଅଭିନେତ୍ରୀ କୋଏଲ ମଲ୍ଲିକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନମୂନା ପରୀକ୍ଷା ରିପୋର୍ଟ ଆସିଛି। ସେମାନେ  କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଆସିଥିବା ରିପାର୍ଟରେ ସେମାନେ କରୋନା ପଜିଟିଭ ବୋଲି ଦର୍ଶାଯାଇଛି।  ଏ ନେଇ ନିଜେ କୋଏଲ ଟ୍ୱିଟରରେ ସୂଚନା ଦେଇଛନ୍ତି ।
କୋଏଲ ଟ୍ୱିଟ କରି କହିଛନ୍ତି ଯେ, ବାବା, ମାଆ, ରାଣେ ଓ ମୁଁ କୋଭିଡ ଆକ୍ରାନ୍ତ। ରିପୋର୍ଟ ଆସିବା ପରେ  ଘରୋଇ ସଙ୍ଗରୋଧରେ ଅଛୁ ।

ବେଙ୍ଗଲି ଫିଲ୍ମ ଇଣ୍ଡଷ୍ଚ୍ରି ପକ୍ଷରୁ କୁହାଯାଇଛି, କୋଏଲଙ୍କ ସ୍ୱାମୀ ନିସିପାଲ ସିଂ ରାଣେ ଦୁଇ ଦିନ ଧରି ଜ୍ୱରରେ ପିଡ଼ିତ ଥିଲେ। ତାଙ୍କୁ ଡାକ୍ତର ସ୍ୱାବ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ । ରାଣେ କୋଏଲଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଆସିଥିଲେ । ତେଣୁ କୋଏଲଙ୍କ ବାବା ଅଭିନେତା ରଞ୍ଜିତ ମଲ୍ଲିକ ଏବଂ ମାଆ ଦୀପା ମଲ୍ଲିକଙ୍କର ମଧ୍ୟ ସ୍ୱାବ ଟେଷ୍ଟ କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଥିବା କୋଏଲ କହିଛନ୍ତି ।

ସେ ଓ ତାଙ୍କ ପରିବାର ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ବେଙ୍ଗଲି ଫିଲ୍ମ ଇଣ୍ଡଷ୍ଚ୍ରିର ଅଭିନେତା ଏବଂ ଅଭିନେତ୍ରୀମାନେ ପ୍ରାର୍ଥନା କରିଛନ୍ତି ।

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

୩ ଦିନ ପାଇଁ ସଟ୍‌ଡାଉନ୍‌ ହେଲା ଏହି ଜିଲ୍ଲା

ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୮୮୬ ମୃତ

ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୨ ଜଣଙ୍କ ମୃତ୍ୟୁ

ଓଡ଼ିଶାରେ ୧,୮୩୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଏଥର ଖୋର୍ଦ୍ଧାରୁ ସର୍ବାଧିକ

You might also like