ଫସି ରହିଥିବା ପଶ୍ଚିମବଙ୍ଗ ଲୋକଙ୍କୁ ନେବା ପାଇଁ ଦିଦି ନାରାଜ

ନୂଆଦିଲ୍ଲୀ: ପୁଣି ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଶ୍ରମିକମାନଙ୍କୁ ଅନୁମତି ଦେଉନାହାନ୍ତି ପଶ୍ଚିମବଂଗ ସରକାର। ଏନେଇ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର।

ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଦୁଇ ଲକ୍ଷରୁ ଅଧିକ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟବସ୍ଥା କରାଯାଉଛି କିନ୍ତୁ ଏନେଇ ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁ ନଥିବା କେନ୍ଦ୍ରମନ୍ତ୍ରୀ ଚିିଠିରେ ଉଲ୍ଲେଖ କରିଛନ୍ତି।

ପଶ୍ଚିମବଂଗ ଆସିବାକୁ ଥିବା ଟ୍ରେନ ଗୁଡିକୁ ଆସିବାକୁ ଅନୁମତି ଦିଆଯାଉନାହିଁ। ଏଥିଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପଶ୍ଚିମବଂଗର ଶ୍ରମିକ ମାନଙ୍କର ସମସ୍ୟା ଆହୁରି ବଢିବ ବୋଲି ଚିଠିରେ ଉଲ୍ଳେଖ କରାଯାଇଛି।

ପ୍ରକାଶଥାଉକି, କରୋନା ମୁକାବିଲାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ଥର ମୁହାଁମୁହିଁ ହୋଇଛନ୍ତି। ବିଶେଷ କରି ଲକ୍‌ଡାଉନ୍‌ ନିୟମକୁ ରାଜ୍ୟ ନମାନିବା ଓ କରୋନା ତଥ୍ୟ ଲୁଚାଇବା ନେଇ କେନ୍ଦ୍ର ଅଭିଯୋଗ କରିଆସୁଛି।

You might also like