ବିଜେପି ରାଲି ବେଳେ ହିଂସା ଘଟଣାକୁ ନେଇ ତେଜୁଛି ରାଜନୀତି

କୋଲକତା : ଗତକାଲି କୋଲକତାରେ ବିଜେପି ରାଲିବେଳେ ହିଂସା ଘଟଣାକୁ ନେଇ ତେଜୁଛି ରାଜନୀତି।  ହିଂସାକାଣ୍ଡ ପାଇଁ ବିଜେପି ସିଧାସଳଖ ଟିଏମସିକୁ ଦାୟୀ କରିଛି। ପଶ୍ଚିମବଂଗରେ ବିଜେପିର ଶକ୍ତିବୃଦ୍ଧିକୁ ନେଇ ଟିଏମସି ହତାଶ ହୋଇ ପଡିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଅଭିଯୋଗ କରିଛନ୍ତି। ଏନେଇ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି।

ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ କଟକଣା ଜାରି କରିବାକୁ ଦଳ ଦାବି କରିଛି। ଏଥିସହ ବିଜେପି ପକ୍ଷର ଜନ୍ତରମନ୍ତ୍ରରେ ନିରବ ପ୍ରତିବାଦ କରାଯାଇଛି। ଏଥିରେ ବିଜେପିର ଅନେକ ବରିଷ୍ଠନେତା ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ ରାଲି ବେଳେ ହିଂସା ପାଇଁ ଟିଏମସି ବିଜେପିକୁ ଦାୟୀ କରିଛି। କୋଲକତା ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତିକୁ ଆକ୍ରୋଶମୂଳକ ଭାବେ ବିଜେପି କର୍ମୀମାନେ ଭାଙ୍ଗିଥିବା ଟିଏମସି ଅଭିଯୋଗ କରିଛି। ଏନେଇ ଟିଏମସି ଛାତ୍ର ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି।

ସେପଟେ କଂଗ୍ରେସ ମଧ୍ୟ ହିଂସାକୁ ନିନ୍ଦା କରିଛି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ପଶ୍ଚିମବଂଗରେ ଯାହା ଘଟିଲା ସେଥିପାଇଁ ବିଜେପି ମଧ୍ୟ ଅନେକ ପରିମାଣରେ ଦାୟୀ ବୋଲି କଂଗ୍ରେସ ଆକ୍ଷେପ କରିଛି।   ଆକ୍ରମଣର ପ୍ରତିବାଦ କରି ବାମଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି। ଉଭୟ ବିଜେପି ଓ ଟିଏମସିକୁ ଦଳ ଦାୟୀ କରିଛି। ଭୋଟ ହାତେଇବା ପାଇଁ ଉଭୟ ଦଳ ହିଂସା ଭିଆଇବା ସହ ପରସ୍ପରକୁ ଆକ୍ଷେପ କରୁଛନ୍ତି। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି।

ପଶ୍ଚିମବଂଗର ୪୨ଟି ଲୋକସଭା ଆସନ ମଧ୍ୟରୁ ୩୩ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ସପ୍ତମ ପର୍ଯ୍ୟାୟରେ ଆଉ ୯ଟି ଆସନ ପାଇଁ ଭୋଟ ଗ୍ରହଣ ହେବ।

ଆହୁରି ପଢ଼ନ୍ତୁ

ଉନ୍ନାଓ ପୀଡ଼ିତା ଓ ତାଙ୍କ ଓକିଲଙ୍କ ସଡ଼କ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ୧୪ ଦିନ ସମୟ ଦେଲେ ସୁପ୍ରିମକୋର୍ଟ

ମରଣ ମୁହଁରୁ ଜୀବନ ଛଡ଼ାଇ ଆଣିଲେ ସେନା ଯବାନ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଗମ୍ଭୀର; ୨୮ ଜଣଙ୍କ ମୃତ୍ୟୁ

ନେହରୁଙ୍କ ଭୁଲ ନିଷ୍ପତ୍ତି ପାଇଁ ଗୋଆ ସ୍ୱାଧୀନତା ଫେରି ପାଇବାରେ ବିଳମ୍ବ ହେଲା-ଶିବରାଜ

ରାଜନାଥଙ୍କ ମନ୍ତବ୍ୟରେ ଇମ୍ରାନଙ୍କ ନିଦ ହଜିଗଲା, କହିଲେ, ପାକିସ୍ତାନ ସହ ନେହରୁ ଏବଂ ଗାନ୍ଧି ପରିବାର ବି ବିପଦରେ

ସ୍ୱାଭାବିକ ହେଉଛି ଜମ୍ମୁ କଶ୍ମୀର: ଖୋଲିଲା ସ୍କୁଲ, କଲେଜ ଓ ଅଫିସ

ବସ୍‌-କଣ୍ଟେନର ଧକ୍କା: ୧୧ ମୃତ

ବିଜେପିରେ ସାମିଲ୍ ହେଲେ ୬୦ ଟିଡିପି ନେତା

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସିଂହ

ବନ୍ଦୀ ମେହବୁବା ଓ ଓମାର ଅବଦୁଲ୍ଲାଙ୍କ ଦିନ ଏବେ କଟୁଛି କେମିତି, ଜାଣନ୍ତୁ

ଜମ୍ମୁର ୫ ଜିଲ୍ଲାରେ ପୁଣି ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

You might also like