ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ: ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ?

ବଙ୍ଗରେ ହାରିଲା , ଆସାମରେ ଜିତିଲା

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ? ବଙ୍ଗରେ ବିଜେପି କ୍ଷମତା ହାସଲ କରିନଥିଲେ ବି ନନ୍ଦିଗ୍ରାମରେ ମମତାଙ୍କୁ ହରାଇବା ସହିତ ୩୮ ପ୍ରତିଶତ ଭୋଟ୍ ପାଇଛି। ଆସାମରେ ପୁଣି ଥରେ କ୍ଷମତାକୁ ଫେରିଛି ଦଳ। ତେଣୁ ଏହାପରେ ବିଜେପିର ପୂର୍ବୋଦୟ ଅଭିଯାନ କଣ ହେବ? ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି ବହୁତ ଭଲ କରିଛି ତାର ପ୍ରଭାବ ଓଡ଼ିଶା ଉପରେ ପଡିବ।

ଆସାମରେ କ୍ଷମତା ବଜାୟ ରଖିଲା ବିଜେପି ପଶ୍ଚିମବଙ୍ଗରେ ମିଳିଲା ଝଟକା। ହେଲେ ୨୦୧୬ ବିଧାନସଭା ନିର୍ବାଚନ ତୁଳନାରେ ଦଳ ପାଇଛି ଅଧିକ ୭୪ ସିଟ୍ ମୋଟ୍ ଉପରେ ମିଳିଛି। ୭୭ ଆସନ ଖାଲି ସେତିକି ନୁହେଁ ହଟସିଟ୍‌ ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବି ହରାଇଛି ଦଳ। ଆଉ ଭୋଟ୍ ପ୍ରତିଶତ ପହଞ୍ଚିଛି ୩୮.୧୩ରେ। ଏଭିଳି ସ୍ଥିତିରେ ବିଜେପିର ପୂର୍ବୋଦୟ ଅଭିଯାନ କଣ ହେବ ? ଓଡ଼ିଶାକୁ ବିଜେପି ଫୋକସ୍ କରିବ ନା ନାହିଁ ? ଓଡ଼ିଶା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମିଶନ ୧୨୦ପ୍ଲସ୍ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ୫୦ ପ୍ରତିଶତ ଭୋଟ୍ ହାସଲ ଲକ୍ଷ୍ୟ କଣ ହେବ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ବିଜେପିର ପୂର୍ବୋଦୟ ଅଭିଯାନ ପଶ୍ଚିମବଙ୍ଗରୁ ନହେଲା ନାହିଁ, ଓଡ଼ିଶାରୁ ଆରମ୍ଭ କରିବ କି?

କାରଣ ଗତ ପଂଚାୟତ ନିର୍ବାଚନରେ ଓଡ଼ିଶାରେ ବିଜେପି ଯଥେଷ୍ଟ ଭଲ ପ୍ରଦର୍ଶନ କରିଥିଲା। ୨୦୧୯ ନିର୍ବାଚନରେ ବି ୮ ଟି ଲୋକସଭା ସିଟ୍ ଓ ୨୩ଟି ବିଧାନସଭା ଆସନ ଜିତିଥିଲା। ଅମିତ ଶାହ ମଧ୍ୟ ପଶ୍ଚିମବଙ୍ଗ ପରେ ଓଡ଼ିଶାକୁ ଫୋକସ୍ କରାଯିବ ବୋଲି ସ୍ପଷ୍ଟ ସଙ୍କେତ ଦେଇଥିଲେ। ଏବେ ବିଜେପି କହିଛି, କେନ୍ଦ୍ରୀୟ ସଂଗଠନର ଫୋକସରେ ଓଡ଼ିଶା ରହିଛି। ଏଠାରେ କେମିତି ଦଳ କ୍ଷମତା ହାସଲ କରିବ ସେଥିପାଇଁ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ତିଆରି କରୁଛନ୍ତି। ବିଜେଡି ମତରେ କିନ୍ତୁ ବିଜେପି ବେଙ୍ଗଲରେ ଜିତିଥିଲେ ତାଙ୍କ ପାଇଁ ମୋରାଲ ବୁଷ୍ଟ ହୋଇଥାନ୍ତା, ଏବେ କିନ୍ତୁ ବିଜେଡି କର୍ମୀଙ୍କ ମୋରାଲ ବୁଷ୍ଟ ହେବ। କଂଗ୍ରେସ୍ ବି ନିଜର ପ୍ରତିକ୍ରିୟା ରଖିଛି।

ସେପଟେ ରାଜନୈତିକ ସମୀକ୍ଷକ କହିଛନ୍ତି ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳର ପ୍ରଭାବ ଏଠି ପଡିବ। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାକୁ ହେଲେ ଡବଲ୍ ପରିଶ୍ରମ କରିବାକୁ ପଡିବ। ୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଲାଗି ଏକ ପ୍ରକାର ସେମିଫାଇନାଲ ହେବ ଉତ୍ତରପ୍ରଦେଶ ଇଲେକ୍ସନ। ଏପଟେ ଓଡ଼ିଶାରେ ବିଜେପି-ବିଜେଡି ମଧୁର ସଂପର୍କ ଚର୍ଚ୍ଚା ଭିତରେ ଦଳ କ୍ଷମତାକୁ ଆସିବାକୁ କେତେଦୂର ଫୋକସ୍ କରୁଛି ଏବେ ତା ଉପରେ ନଜର।

You might also like