ଟିଏମ୍‌ସି ବିଧାୟକ ସତ୍ୟଜିତଙ୍କ ହତ୍ୟାକାଣ୍ଡ ଘଟଣା; ସିଆଇଡି ଚାର୍ଜଶିଟ୍‌ରେ ବିଜେପି ଜାତୀୟ ପ୍ରବକ୍ତା ମୁକୁଲ ରୟଙ୍କ ନାଁ

କୋଲକାତା: ଟିଏମ୍‌ସି ବିଧାୟକ ସତ୍ୟଜିତ ବିଶ୍ୱାସ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସିଆଇଡି ଚାର୍ଜସିଟ୍‌ରେ ବିଜେପି ଜାତୀୟ ପ୍ରବକ୍ତା ମୁକୁଲ ରୟଙ୍କ ନାଁ ରହିଛି। ସତ୍ୟଜିତଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀ ଭାବେ ସିଆଇଡି ଚାର୍ଜସିଟିରେ ମୁକୁଲ ରୟଙ୍କ ନାଁ ରହିଥିବା ସୂଚନା ମିଳିଛି। ରାନଘାଟ ଏସିଜେଏମ୍‌ ‌କୋର୍ଟରେ ସିଆଇଡି ଶନିବାର ଚାର୍ଜଶିଟ୍ ଦାଖଲ କରିଛି।

ସିଆଇଡି ଚାର୍ଜଶିଟ୍‌ ମୁକଲଙ୍କୁ ମିଶାଇ ମୋଟ ୫ ଜଣଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ ଆଉ ଜଣେ ବିଜେପି ସାଂସଦ ଜଗନ୍ନାଥ ସରକାରଙ୍କର ନାଁ ମଧ୍ୟ ଚାର୍ଜଶିଟ୍‌ରେ ରହିଛି ବୋଲି ମୁକୁଲଙ୍କ ଓକିଲ ସୁମନ ରୟ ସୂଚନା ଦେଇଛନ୍ତି।

ପୂର୍ବରୁ ମାର୍ଚ୍ଚରେ ଏହି ଘଟଣାରେ ମକୁଲ ରୟଙ୍କୁ ପଚାରଉଚରା କରିଥିଲା ସିଆଇଡି। ତେବେ ଆଜି ଟାର୍ଜଶିଟ୍‌ରେ ତାଙ୍କ ନାଁ ଆସିବାରୁ ସେ ପ୍ରତିକ୍ରିୟା ଦେଇ କହିଛନ୍ତି‌ “ମୋ ନାଁରେ ୪୪ ମାମଲା ରହିଛି। କିନ୍ତୁ ମୁଁ ଏନେଇ ଚିନ୍ତିତ ନୁହେଁ। ସେମାନେ ମୋତେ ଗିରଫ କରିପାରିବେ ନାହିଁ। କିନ୍ତୁ ମୁଁ ବେଙ୍ଗଲର ପୋଲିସ ମିନିଷ୍ଟର କିଏ ଜାଣିବାକୁ ଚାହୁଁଛି। ମୋ ନାଁ ଚାର୍ଜଶିଟ୍‌ରେ ରହିବା ପଛରେ ତାଙ୍କର(ମମତା ବାନାର୍ଜୀ) ହାତ ରହିଛି। ତେବେ ମୋର ନ୍ୟାୟିକବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି।”

ଟିଏମ୍‌ସି ବିଧାୟକଙ୍କ ହତ୍ୟା ଘଟଣାରେ ଦ୍ୱିତୀୟ ବିଜେପି ନେତା ଭାବରେ ମୁକୁଲଙ୍କ ନାଁ ରହିଛି। ଏହାପୂର୍ବରୁ ସିଆଇଡି ଚାର୍ଜସିଟ୍‌ରେ ରାନଘାଟ ସାଂସଦ ଜଗନ୍ନାଥ ସରକାରଙ୍କର ନାଁ ରହିଛି। ଏନେଇ ସିଆଇଡି ଜଗନ୍ନାଥଙ୍କୁ ଅନେକ ଥର ପଚରାଉଚରା କରିସାରିଛି।

ସୂଚନା ଥାଉକି ତୃଣମୂଳ କଂଗ୍ରେସ ବା ଟିଏମ୍‌ସିର ନଦିଆ ଜିଲ୍ଲା କୃଷଗଞ୍ଜ ନିର୍ବାଚନମଣ୍ଡଳିର ବିଧାୟକ ସତ୍ୟଜିତ ବିଶ୍ୱାସଙ୍କୁ ଗତବର୍ଷ ଫେବ୍ରୁଆରୀରେ ଗୁଳି କରି ହତ୍ୟା କରାଯାଇଥିଲା। ନିକଟସ୍ଥ ଏକ କ୍ଲବକୁ ସରସ୍ୱତୀ ପୂଜାରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

 

 

You might also like