ବିଜେପି ସାଂସଦଙ୍କୁ କରୋନା

କୋଲକାତା: ପଶ୍ଚିମବଙ୍ଗର ବିଜେପି ସାଂସଦ ଓ ବିଜେପି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ଲକେଟ୍ ଚାଟାର୍ଜୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଖୋଦ୍ ଲକେଟ୍ ଚାଟାର୍ଜୀ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ସକାଳେ ମୋର କୋଭିଡ୍-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ମୋତେ ସାମାନ୍ୟ ଜ୍ୱର ହୋଇଥିଲା, ଯେଉଁକାରଣରୁ ମୁଁ ସପ୍ତାହେ ହେବ ସେଲଫ ଆଇସୋଲେସନରେ ଥିଲି। ବର୍ତ୍ତମାନ ମୁଁ ସୁସ୍ଥ ଅଛି ଏବଂ ଆଗକୁ ମଧ୍ୟ ଟ୍ୱିଟ୍ ଜରିଆରେ ମୁଁ ମୋ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେବି।


ପଶ୍ଚିମବଙ୍ଗର ସାଂସଦ ଲକେଟ୍ ଚାଟାର୍ଜୀ ମହିଳାଙ୍କ ସମସ୍ୟା ପାଇଁ ବେଶ୍‌ ଚର୍ଚ୍ଚିତ। ଏହାଛଡ଼ା ସେ ଜୁନ୍ ୧୯ ତାରିଖରେ ବୀରଭୁମ୍ ଜିଲ୍ଲାରେ ରାଜେଶ ଓରାଙ୍ଗଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ଏଥିରେ ତାଙ୍କ ସହ ଅନ୍ୟତମ ବିଜେପି ସାଂସଦ ସୌମିତ୍ରା ଖାନ୍ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଛତିଶଗଡ଼ର ରାଜଧାନୀ ରାୟପୁରରେ କରୋନାର ୫ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରେ ବିଜେପି ସାଂସଦ ସୁନୀଲ ସୋନିଙ୍କ ପିଏସଓ ମଧ୍ୟ ସାମିଲ୍‌ ଅଛନ୍ତି। ସାଂସଦଙ୍କ ପିଏସଓଙ୍କର କରୋନା ସଂକ୍ରମିତ ହେବା ଖବର ପାଇବା ପରେ ସୁନୀଲ ସୋନି ନିଜକୁ ପରିବାର ସହ ହୋମ୍ କ୍ୱାରେଣ୍ଟିନରେ ରଖିଛନ୍ତି।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like