ଲେବାନନ ବିସ୍ଫୋରଣ: କେତେ ଭୟଙ୍କର ଥିଲା ଦୃଶ୍ୟ, ଦେଖନ୍ତୁ ଭିଡିଓ

ବେରୁଟ: ଗତକାଲି ସନ୍ଧ୍ୟା ବେଳେ ଲେବନନର ରାଜଧାନୀରେ ହୋଇଥିଲା ଗୋଟିଏ ପରେ ଗୋଟିଏ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ବେରୁଟ ଠାରୁ ୨୪୦ କିଲୋମିଟର ଦୂର ସମୁଦ୍ର ଆରପଟେ ଥିବା ଅନ୍ୟ ଏକ ଦେଶ ସାଇପ୍ରସକୁ ଶବ୍ଦ ଶୁଭିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭୩ ଜଣ ପ୍ରାଣ ହରାଇଲେଣି। ହଜାର ହଜାର ଲୋକ ଆହତ ହୋଇଛନ୍ତି।

ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ବେରୁଟରେ ଭୂମିକଂପ ସୃଷ୍ଟି କରିଥିଲା। ଏହାର ମାତ୍ରା ୩.୫ ମାଗ୍ନିଟ୍ୟୁଟ୍ ଥିଲା। ବିସ୍ଫୋରଣ ପରେ ଆକାଶରେ ଧଳା ଛତୁ ଭଳି ଧୁଆଁ ବଳୟ ସୃଷ୍ଟି ହୋଇଥିଲା। ଏହାର କିଛି ମିନିଟ ପରେ ଆଉ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏଥିରେ ଲାଲ୍ ରଙ୍ଗର ଧୂଆଁ ଆକାଶକୁ ଉଠିଥିଲା। ଏହି ବୋମା ପରମାଣୁ ବୋମାଠାରୁ କୌଣସି ଗୁଣେ କମ୍ ନଥିଲା ବୋଲି ଜଣେ ଶିକ୍ଷକ କହିଛନ୍ତି।

ବିସ୍ଫୋରଣର ଭୟଙ୍କର ଦୃଶ୍ୟ କାର୍ ଭିତରେ ଲାଗିଥିବା କ୍ୟାମେରା‌ରେ କଏଦ ହୋଇଛି। ଭଡିଓଟିରେ କାର୍‌ଟି ଯାଉଥିବା ବେଳେ ପ୍ରଥମ ବିସ୍ଫୋରଣ ନିଆଁ ବଳୟ ଦେଖାଯାଉଥିଲା, ହେଲେ ହଠାତ୍ ଦ୍ୱିତୀୟ ବିସ୍ଫୋରଣ ହୋଇଛି। ଦ୍ୱିତୀୟ ବିସ୍ଫୋରଣ କାର୍‌ଟି ଭିତର ବି ଭାଙ୍ଗିଯାଇଛି। କିନ୍ତୁ କ୍ୟାମେରାରେ ଏସବୁ ଦୃଶ୍ୟ କଏଦ ହୋଇଛି। ଦେଖନ୍ତୁ ବିଡିଓ-

ବନ୍ଦର ନଗରୀ ସଂପୂର୍ଣ୍ଣ ଥରି ଉଠିଥିଲା। ସହରର ଅଧିକାଂଶ କୋଠା କ୍ଷତିଗ୍ରସ୍ତ ହୋଇଛି। ସପିଂ ମଲ୍, ଗୀର୍ଜାଘର ବହୁମାତ୍ରାରେ ପ୍ରଭାବିତ ହୋଇଛି। ରାସ୍ତାରେ ଯାଉଥିବା କାର୍ ମଧ୍ୟ ଭାଙ୍ଗିରୁଜି ଯାଇଛି। ବନ୍ଦର ନଗରୀରେ ଖାଲି ଭଙ୍ଗା କାଚ, ଲୁହା ଓ ପ୍ଲାଷ୍ଟିକ ସାମଗ୍ରୀ ବିଛୁଡ଼ି ହୋଇ ପଡ଼ିଛି।

ସହିପରି ଅନ୍ୟ ଏକ ଭିଡିଓରେ ବିସ୍ଫୋରଣ ପରେ ସହରର ଅବସ୍ଥା କେମିତି ରହିଛି, ତାର ଏକ ବିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି।

ସେହିପରି ସମୁଦ୍ରରୁ ଏକ ବୋଟ୍‌ରୁ କଏଦ୍ ହୋଇଛି ବିସ୍ଫୋରଣର ଚିତ୍ର। ଏହି ଭିଡିଓରେ ବିସ୍ଫୋରଣ ହେବା ମାତ୍ରେ ଏକ ବିଶାଳ ଧଳା ମଣ୍ଡଳ ସୃଷ୍ଟି ହେଉଛି। ଯାହା କେତେ ଭୟଙ୍କର ଲାଗୁଛି ଦେଖନ୍ତୁ ଭିଡିଓ-

ଏହି ଭିଡିଓରେ ଗୋଟିଏ ପଟେ ମା ଘର ସଫା କରୁଥିବା ବେଳେ ହଠାତ୍ ତୀବ୍ର ବିସ୍ଫୋରଣ ହେଉଛି। ମା ତା’ର ପିଲାକୁ ବଞ୍ଚାଇବା ପାଇଁ ସଙ୍ଗେ ସଙ୍ଗେ ପିଲାକୁ ଧରି ଘର ଭିତରକୁ ପଳାଉଛି। ସେହିପରି ଅନ୍ୟପଟେ ବାପା ପିଲାକୁ ବଞ୍ଚାଇବା ପାଇଁ ପିଲା ସହିତ ଏକ ଟେବୁଲ ତଳେ ଲୁଚିଯାଉଥିବାର କରୁଣ ଦୃଶ୍ୟ ଦେଖାଯାଉଛି-


ତେବେ ଲେବାନନ ବିସ୍ଫୋରଣରେ ଶୋକ ବ୍ୟକ୍ତ କରି ଦୁବାଇର ବୁର୍ଜ ଖଲିଫା ବିଲ୍ଡିଂକୁ ଲେବାନନ୍ ଜାତୀୟ ପତାକା ରଙ୍ଗରେ ରଙ୍ଗୀନ କରାଯାଇଥିଲା। ଏଭଳି ଏକ ବିପତ୍ତିରେ ବୁର୍ଜ ଖଲିଫା ଲେବାନନ ସହ ଥିବା ନେଇ ବାର୍ତ୍ତା ଦେଇଛି। ସେହିପରି ଇଜିପ୍ଟର ପିରାମିଡକୁ ମଧ୍ୟ ଲେବାନନ ଜାତୀୟ ପତାକା ରଙ୍ଗରେ ରଙ୍ଗୀନ କରାଯାଇଛି।

ଅନ୍ୟ ଏକ ଆଙ୍ଗଲରୁ ଦେଖନ୍ତୁ ଭୟଙ୍କର ବିସ୍ଫୋରଣର ଭୟାନକ ଚିତ୍ର-

 

You might also like