ସାଉଦି ଆରବ ସେନା ପକ୍ଷରୁ ମୋଦୀଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତକାଲି ରାତିରେ ରିଆଦ୍‌ରେ ପହଞ୍ଚିବା ପରେ ମୋଦିଙ୍କ ସାଉଦି ଆରବ ସେନା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସାଉଦି ଆରବରେ ହେବାକୁ ଥିବା ତୃତୀୟ FUTURE INVESTMENT INITIATIVE FORUM ସମ୍ମିଳନୀରେ ଯୋଗଦେବେ ମୋଦୀ।

Image

ଏଥିରେ ମୋଦୀ ଭାରତରେ ବିନିଯୋଗ ଓ ବାଣିଜ୍ୟ କାରବାରକୁ ନେଇ ଉଦ୍‌ବୋଧନ ଦେଇପାରନ୍ତି।

ଏହି ବୈଠକରେ ଆମେରିକା ଅର୍ଥମନ୍ତ୍ରୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସମେତ ବିଶ୍ୱର କିଛି ପ୍ରମୁଖ ଚେହେରା ଯୋଗଦେବେ। ଏହାପରେ ସେ ସାଉଦି ରାଜା ସଲମାନ୍ ବିନ୍ ଅବଦୁଲ ଅଜିଜ୍ ଓ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ଭେଟିବେ। ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ।

Image

ପ୍ରାକୃତିକ ଗ୍ୟାସ, ତୈଳ, ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ କିଛି ଚୁକ୍ତି ସ୍ୱାକ୍ଷର ହେବ। ଏହାଛଡ଼ା ପ୍ରତିରକ୍ଷା, ଶିକ୍ଷା, ଦ୍ୱିପାକ୍ଷିକ ସହଯୋଗକୁ ନେଇ ବି ଗୁରୁତ୍ୱ ଦେବେ ପ୍ରଧାନମନ୍ତ୍ରୀ। ମୁଖ୍ୟତଃ ତୈଳ ଓ ଇନ୍ଧନ କାରବାର ଉପରେ ବିଶେଷ ଭାବେ ଭାରତ ଏହି ଅବସରରେ ଗୁରୁତ୍ୱ ଦେଇପାରେ।

You might also like