ଡ୍ରେନ୍‌ରେ ଭାସିଲା ହଜାର ହଜାର ଲିଟର ବିଅର

ନୂଆଦିଲ୍ଲୀ:କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍‌ ଡାଉନ। ଇତି ମଧ୍ୟରେ ଦିଲ୍ଲୀ ମାଇକ୍ରୋବ୍ରୁଅରିଜ୍‌ ହଜାର ହଜାର ଲିଟର ବିଅର ଡ୍ରେନ୍‌ରେ ଫୋପାଡିବାକୁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏନ୍‌ସିଆର ପାଖାପାଖି ୧ ଲକ୍ଷ ଲିଟର ଫ୍ରେଶ ବିଅର ଡ୍ରେନ୍‌ରେ ଭସାଇ ଦେଇଛନ୍ତି। କାରଣ ଏହା ପ୍ଲାଣ୍ଟରେ ଥିଲା। ବୋତଲରେ ରଖା ଯାଇ ନ ଥିଲା। ଏହାକୁ ସୁରକ୍ଷିତ ରଖିବାକୁ ହେଲେ ଯଥେଷ୍ଟ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ତେଣୁ ବିଆର ପ୍ଲାଣ୍ଟ କର୍ତ୍ତୃପକ୍ଷ ଏହାକୁ ଫୋପାଡି ଦେବାକୁ ବାଧ୍ୟ ହୋଇଥିଲେ।

ଷ୍ଟ୍ରାଇକର ଆଣ୍ଡ ସୋଇ୭ର ଲଳିତ ଅହଲାବତ ତାଙ୍କର ଗୁରୁଗ୍ରାମର ସାଇବର ହବ୍‌ ଆଉଟଲେଟ୍‌ରୁ ୫ ହଜାର ଲିଟର ବିଅର ଡ୍ରେନ୍‌ରେ ଭସାଇ ଦେଇଛନ୍ତି। ସେହପରି ଫ୍ରେଙ୍କଷ୍ଟର ପ୍ରମୋଟର ୩ ହଜାର ଲିଟର ବିଅର ଫୋପାଡି ଦେଇଥିଲେ। ଇତି ମଧ୍ୟରେ ବିଅର ପ୍ରସ୍ତୁତକାରୀ କମ୍ପାନୀକୁ ୧ ଲକ୍ଷ ଲିଟରରୁ ଅଧିକ ତାଜା ବିଅର ଫୋପାଡିବାକୁ ପଡ଼ିଛି।

ଏଠି କହିରଖିବୁ, ବୋତଲ ବନ୍ଦ ବିଅର ପରି ଫ୍ରେଶ ବିଅର ବେଶି ସମୟ ସୁରକ୍ଷିତ ରହିପାରିବ ନାହିଁ। କମ୍‌ ସମୟରେ ଖରାପ ହୋଇଯିବ। ବ୍ରୁଅରୀ କନସଲ୍‌ଣ୍ଟାଣ୍ଟ ଇଶାନ ଗ୍ରୋବରଙ୍କ କହିବା ଅନୁଯାୟୀ, ବିଅରକୁ ଫ୍ରେଶ ରଖିବାକୁ ହେଲେ ତାହାକୁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ରଖିବାକୁ ପଡ଼ିବ। ସବୁବେଳେ ଏହା  ଉପରେ ନଜର ବି ରଖିବାକୁ ପଡ଼ିବ। ତେଣୁ ଅନ୍ୟଦିନ ମାନଙ୍କରେ ବିଅର ଏତେ ପରିମାଣରେ ଷ୍ଟକ୍‌ ରଖାଯାଏ ନାହିଁ। ଏବେ ଲକ୍‌ ଡାଉନ ଯୋଗୁ ଏତେ ପରିମାଣରେ ବିଅର ଷ୍ଟକ ରହିଛି।

ବ୍ରୁଅରୀ କନ୍ସଲଣ୍ଟାଣ୍ଟ ଇଶାନ ଗ୍ରୋବର କିଛି ପରିମାଣର ଫ୍ରେଶ ବିଅରର ରଖିବାକୁ ଚାହିଁଥିଲେ। କିନ୍ତୁ ଷ୍ଟ୍ରାଇକର ଆଣ୍ଡ ସୋଇର ଲଳିତ ଅହଲାବତ ପ୍ରଥମେ ବିଅରକୁ ଡ୍ରେନ୍‌ରେ ଢାଳି ଦେଇଥିଲେ। ତାଙ୍କର କହିବା ଅନୁଯାୟୀ, ଏହାକୁ ସୁରକ୍ଷିତ ରଖିବାକୁ ହେଲେ ଅତିରିକ୍ତ  ବିଜୁଳି ଖର୍ଚ୍ଚ ହେବ ଓ ଅଧିକ ମ୍ୟାନ୍ ପାୱାରର ମଧ୍ୟ ଆବଶ୍ୟକତା ରହିଛି। ଅହଲାବତ କହିଛନ୍ତି, ବିଅରକୁ ଡ୍ରେନ୍‌ରେ ଭସେଇବ ନା ଏହାକୁ ରଖିବା ପାଇଁ ଟଙ୍କା ଭସେଇବ- ଏଥିମଧ୍ୟରୁ ଗୋଟିକୁ ବାଛିବା ପଡ଼ିବ।

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like