ଅଫିସ୍ ଭାଙ୍ଗିଲା ନିୟମ, ଜୋରିମାନା ଦେଲେ ଜିଲ୍ଲାପାଳ

ଔରଙ୍ଗବାଦ:  ପ୍ଲାଷ୍ଟିକ୍ ଜିନିଷର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ହେଲେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ।  ମହାରାଷ୍ଟ୍ର ବିଡ୍ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେଉଥିବା ମିଳିଥିଲା। ନିଜ କାର୍ଯ୍ୟାଳୟ  ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଜ ଉପରେ ୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି ଜିଲ୍ଲାପାଳ।

ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । କେଉଁ ନେତା ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ସେ ବାବଦରେ ସୂଚନା ଦେବାକୁ ଜିଲ୍ଲପାଳ ଗତକାଲି ସନ୍ଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀ ଡ଼କାଇଥିଲେ। ଏହି ସମୟରେ ସାମ୍ୱାଦିକଙ୍କୁ ଚା’ ପିଇବାକୁ ଜିଲ୍ଲାପାଳଙ୍କୁ ଅଫିସ ତରଫରୁ ଦିଆଯାଇଥିଲା। ସାମ୍ୱାଦିକ ସମ୍ମିଳନୀ ଶେଷ ହେବା ପରେ ଜିଲ୍ଲାପାଳଙ୍କ ଅଫିସରେ ପ୍ଲାଷ୍ଟିକ୍ ବ୍ୟବହାର ହେଉଥିବା ନେଇ ଜଣେ ସାମ୍ୱାଦିକ ଜିଲ୍ଲାପାଳ ଅସ୍ତିକ କୁମାର ପାଣ୍ଡେଙ୍କ ନଜରକୁ ଆଣିଥିଲେ।

ଏହାପରେ ଜିଲ୍ଲପାଳ କିଛି କହିବା ପୂର୍ବରୁ ନିଜ ଉପରକୁ ଦୋଷ ନେଇଥିଲେ। ଏଥିପାଇଁ ସେ ନିଜ ଉପରେ ୫ ହଜାର ଟଙ୍କା ଜୋରିମାନା ଲଗାଇଥିଲେ। ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ସାମ୍ୱାଦିକମାନେ ସାଧୁବାଦ ଜଣାଇଛନ୍ତି।

ନିର୍ବାଚନ ପରେ ପ୍ଲାଷ୍ଟିକ ବ୍ୟାନ ଉପରେ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେବ ବୋଲି ଜିଲ୍ଲପାଳ କହିଛନ୍ତି। ସୂଚନାଯୋଗ୍ୟ ଗାନ୍ଧି ଜୟନ୍ତରୀରୁ ସାରା ଦେଶରେ ପ୍ଲାଷ୍ଟିକ୍ ବ୍ୟାନ ହୋଇଛି। ଯେଉଁମାନେ ପ୍ଲାଷ୍ଟିକ୍ ବ୍ୟବହାର କରୁଛନ୍ତି ସେମାନଙ୍କ ନିକଟରୁ ପ୍ରଶାସନ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛି।

ଆହୁରି ପଢ଼ନ୍ତୁ

ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

କୁକୁର ସହ ଖେଳୁଥିବାବେଳେ ପଡ଼ିଗଲେ ଜୋ ବାଇଡେନ

୧୧୦ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କୀ, ମହିଳାଙ୍କୁ ଉଠାଇ ନେଲେ

ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

କରୋନା ବଢ଼ାଇଲା କୁକୁଡ଼ା ଦାମ୍‌, ଗୋଟାକୁ ୮୫୦

ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ ନ କରିବା ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ରଖିଲେ ଶାହ

କିମ୍‌ଙ୍କୁ ନେଇ ସାଂଘାତିକ ପ୍ରତିକ୍ରିୟା ରଖିଲେ ସାଂସଦ

ବର୍ଷକରେ ମଲେ ୨୬ ବାଘ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

ବର୍ଷକରେ ୨୩ ପିଲାର ବାପା ହୋଇ ଫସିଲେ; ଯୁବକଙ୍କ ବିରୋଧରେ ମାମଲା ରୁଜୁ

ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ   

ଶିବସେନାରେ ଯୋଗ ଦେବେ ବଲିଉଡ୍‌ ହିରୋଇନ୍‌ ଉର୍ମିଲା

You might also like