ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ନୂଆଦିଲ୍ଲୀ: ଚୀନ୍‌ରୁ ଆସୁଛି  ମହାବିନାଶକାରୀ ବିହନ ପ୍ୟାକେଟ୍ ! ଏହାକୁ ବ୍ୟବହାର କଲେ ଅମଳ ତ ହେବନି, ତେବେ ଆଖପାଖ ଅଞ୍ଚଳରେ ରୋଗପୋକ ବୃଦ୍ଧି, ଜମିର ଉର୍ବରତା ନଷ୍ଟ ସହ ପୁରା ଜୈବ ବିବିଧତା ବିପର୍ଯ୍ୟସ୍ତ ହୋଇପ଼ଡିବ। ଆମେରିକା, କାନାଡ଼ା ଓ ଜାପାନ ଭଳି କିଛି ଦେଶରେ ଏଧରଣର ବିହନ ପ୍ୟାକେଟ ପହଞ୍ଚିବା ପରେ ଏହା ଉପରେ ସତର୍କ ଦୃଷ୍ଟି ରଖିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି।

ସୂଚନା ଅନୁସାରେ,  ବିହନ ନାଁରେ  ଘରେ ପହଞ୍ଚୁଛି ବିଷ। ଏମିତି ମାରାତ୍ମକ ବିଷୟ ଯେ, ଏହାକୁ ବ୍ୟବହାର କଲେ ଖପର ହେଇଯିବ କ୍ଷେତ। ଏହାକୁ ଜମିରେ ପକାଇଲେ ପୋକ ମାଡିଯିବେ। ନଷ୍ଟ ହୋଇଯିବ ସ୍ଥାନୀୟ ଅଞ୍ଚଳର ଜୈବ୍ୟ ବିବିଧତ॥  ବିଭିନ୍ନ ଦେଶକୁ ଏଭଳି ବିହନ ପଠାଇ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ମାଡ଼ କରିବାକୁ ପ୍ରସ୍ତୁତି ହୋଇଛି ଏପରି ବିହନ। ଏପରି ବିଷାକ୍ତ ବିହନ ଚୀନ ଚାଲାଣ କରୁଥିବା ଅନୁମାନ କରାଯାଉଛି।

ଏପରି ସାଂଘାତିକ ଷଡ଼ଯନ୍ତ୍ରକୁ  ଏଗ୍ରିକଲଚର ସ୍ମଗଲିଂ ନାଁରେ ନାମିତ କରିଛନ୍ତି ଆମେରିକା ସରକାର । ଏକ ନିର୍ଦ୍ଦିଷ୍ଟ ପ୍ରକାର ଓ୍ୱିଡ୍ ବା ଅଣଶସ୍ୟ ମଂଜି ଦ୍ୱାରା ଚାଷ ଜମିରେ ରୋଗ ସୃଷ୍ଟିକାରୀ ଅଣୁଜୀବ ସୃଷ୍ଟି କରିବା ଲାଗି ଏହି ଷଡ଼ଯନ୍ତ୍ର କରାଯାଇଥିବା କୁହାଯାଉଛି । ଆମେରିକା, କାନାଡା, ନ୍ୟୁଜିଲ୍ୟାଣ୍ଡ ଓ ଜାପାନରେ ଏଭଳି ବିଷାକ୍ତ ବିହନ ପ୍ୟାକେଟ୍ ମିଳିବା ପରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ସତର୍କ କରାଇଛି।

ସବୁ ରାଜ୍ୟର କୃଷି ବିଭାଗ, ବିହନ ନିଗମ, ବିହନ ପ୍ରମାଣପତ୍ର ପ୍ରଦାନକାରୀ ସଂସ୍ଥା, କୃଷି ବିଶ୍ୱବିଦ୍ୟାଳୟ ଓ ବିହନ ତଥା କୃଷି ସମ୍ବନ୍ଧୀୟ ସମସ୍ତ କେନ୍ଦ୍ରୀୟ ଓ ଆଞ୍ଚଳିକ ସଂସ୍ଥାକୁ ବି ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ତେବେ ପ୍ରଶ୍ନ ଉଠୁଛି, କେଉଁଠୁ ଆସୁଛି ଏହି ବିହନ ? ମଣିଷ ସମାଜର ବିନାଶ ଲାଗି କାହାର ଏ ଭୟଙ୍କର ଷଡ଼ଯନ୍ତ୍ର । ବିହନର ଉତ୍ପତ୍ତି ସଂପର୍କରେ ଏଯାଏଁ କୌଣସି ସୁରାକ୍ କିନ୍ତୁ ମିଳିନାହିଁ । ତେବେ ସମ୍ଭାବ୍ୟ ବିପଦକୁ ନେଇ ସରକାରଙ୍କଠୁ ଆରମ୍ଭ କରି ଚାଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ ହୋଇପଡିଛନ୍ତି । ଏଥିପ୍ରତି ସତର୍କ ରହିବା ସହ ଯଦି କାହା ପାଖରେ ଏଭଳି ଅଜଣା ବିହନ ପ୍ୟାକେଟ୍ ପହଞ୍ଚେ, ତେବେ ତୁରନ୍ତ ସ୍ଥାନୀୟ କୃଷି ଅଧିକାରୀଙ୍କୁ ରିପୋର୍ଟ କରିବାକୁ ନିବେଦନ କରାଯାଇଛି। ସେପଟେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ OUAT ମଧ୍ୟ ବିଷ ବିହନ ସଂପର୍କରେ ନିଜ ଗବେଷଣା ବିଭାଗକୁ ଅବଗତ କରାଇଛି।

ତେବେ କେଉଁଠୁ ଆସିଲା ବିଶ୍ୱ ମହାମାରୀ କରୋନା ଭୂତାଣୁ ? ଚୀନ୍‌ର ଉହାନ ସହର ଏହାର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଥିଲେ ମଧ୍ୟ ତାକୁ ନେଇ ବିବାଦ ଲାଗି ରହିଛି । ତେବେ କରୋନାକୁ ନେଇ ସାରା ବିଶ୍ୱ ଯେ ତ୍ରସ୍ତ କାହାରିକୁ ସନ୍ଦେହ ନାହିଁ । ତେଣୁ ଆଉ ଏକ ବିପଦ ଆସିବା ପୂର୍ବରୁ ସମସ୍ତଙ୍କ ସଜାଗ ରହିବାକୁ ପଡିବ । ନଚେତ୍ ମଣିଷ ପେଟକୁ ଦାନା ଦେଉଥିବା କୃଷି କ୍ଷେତ୍ରକୁ ଯଦି ଟାର୍ଗେଟ କରାଯାଏ ତାହେଲେ ସମାଜର ହାହାକାର ବ୍ୟାପିଯିବ।

ଆହୁରି ପଢ଼ନ୍ତୁ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

You might also like