କେମିତି ଅଛି ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ?
କୋଲକାତା: ବିସିସିଆଇ(Board of Control for Cricket in India) ସଭାପତି ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଗତକାଲି କୋଲକାତାର ଉଡ୍ଲାଣ୍ଡ୍ସ୍ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ତାଙ୍କର ଦୃତପିଣ୍ଡର ତିନୋଟି ଆଟେରୀରେ ବ୍ଲକେଜ ରହିଥିବା ଜଣାପଡ଼ିଛି।
ଆଞ୍ଜିଓପ୍ଲାଷ୍ଟି ପରେ ଆସନ୍ତା ୪୮ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସୌରଭଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସୌରଭ ଡାକ୍ତରଙ୍କ ସହ କଥା ହୋଇଥିବା ବେଳେ ଶାରିରୀକ ଭାବେ ସେ ସୁସ୍ଥ ଥିବା ଡାକ୍ତରୀ ଟିମ୍ କହିଛନ୍ତି।
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍ ଧନକର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲ୍ରେ ସୌରଭଙ୍କୁ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିିଛନ୍ତି। ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ବହୁ କ୍ରିକେଟର ମଧ୍ୟ ସୌରଭଙ୍କ ଆରୋଗ୍ୟ କାମନା କରିଛନ୍ତି। ଛାତିରେ ଯନ୍ତ୍ରଣା ଯୋଗୁ ଗତକାଲି ସୌରଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଗତକାଲି ତାଙ୍କର କରୋନା ଟେଷ୍ଟ୍ କରାଯାଇଥିଲା ଓ ରିପୋର୍ଟ ନେଗେଟିଭ୍ ଆସିଥିଲା।
ସୂଚନା ଅନୁସାରେ, ଗତକାଲି ଜିମ୍ରୁ ଫେରିବା ପରେ ସୌରଭଙ୍କର ପ୍ରଥମେ ମୁଣ୍ଡ ବୁଲାଇଥିଲା ଓ ସେ ଅଚେତ ହୋଇଯାଇଥିଲେ। ତେବେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
Sad to hear that @SGanguly99 suffered a mild cardiac arrest and has been admitted to hospital.
Wishing him a speedy and full recovery. My thoughts and prayers are with him and his family!
— Mamata Banerjee (@MamataOfficial) January 2, 2021
Praying for your speedy recovery Dada @SGanguly99 🙏 Get well soon.
— Shikhar Dhawan (@SDhawan25) January 2, 2021
Praying for your speedy recovery. Get well soon 🙏 @SGanguly99
— Virat Kohli (@imVkohli) January 2, 2021
Wish @SGanguly99 a speedy recovery.
— Harsha Bhogle (@bhogleharsha) January 2, 2021