ମେଡିକାଲ୍ରୁ ଡିସ୍ଚାର୍ଜ ହେଲେ ସୌରଭ ଗାଙ୍ଗୁଲି
ପାଞ୍ଚ ଦିନର ଚିକିତ୍ସା ପରେ ସୁସ୍ଥହୋଇ ଘରକୁ ଫେରିଲେ, ଡିସ୍ଚାର୍ଜ ହେବା ପରେ ଡାକ୍ତରୀ ଟିମକୁ ଧନ୍ୟବାଦ ଜଣାଇଲେ . . .
– ହସ୍ପିଟାଲରୁ ଡିସଚାର୍ଜ ହେଲେ ସୌରଭ ଗାଙ୍ଗୁଲି
– ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଉଡଲାଣ୍ଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ
– ଡିସଚାର୍ଜ ହେବା ପରେ ଡାକ୍ତରୀ ଟିମକୁ ଧନ୍ୟବାଦ ଜଣାଇଲେ ଗାଙ୍ଗୁଲି
କୋଲକାତା : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଜି ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି । ଜାନୁଆରୀ ୨ରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ କୋଲକତା ସ୍ଥିତ ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ପାଞ୍ଚ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆଜି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଡିସଚାର୍ଜ ହେବାପରେ ଡାକ୍ତରୀ ଟିମକୁ ଧନ୍ୟବାଦ ଜଣାଇଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଖୁବଶୀଘ୍ର ସେ ବିମାନଯାତ୍ରା କରିବାକୁ ସକ୍ଷମ ହେବେ ବୋଲି ମେଡିକାଲରୁ ବାହାରିବା ପରେ କହିଛନ୍ତି ।
ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଗତକାଲି ସୌରଭ ଗାଙ୍ଗୁଲିଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିଥାଆନ୍ତା । କିନ୍ତୁ ଆଉ ଅଧିକ ଗୋଟିଏ ଦିନ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ ଗାଙ୍ଗୁଲି। ଉଡ଼ଲାଣ୍ଡ ହସ୍ପିଟାଲର ପ୍ରବନ୍ଧ ନିର୍ଦ୍ଦେଶକ ତଥା ସିଇଓ ରୂପାଲି ବସୁ କହିଛନ୍ତି, ଗାଙ୍ଗୁଲି ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି । ଠିକରେ ଖାଇବା ପିଇବା କରିବା ସହ ଠିକରେ ବିଶ୍ରାମ ନେଇ ପାରୁଛନ୍ତି ।
#WATCH | “I thank the doctors at the hospital for the treatment. I am absolutely fine,” says BCCI President Sourav Ganguly after being discharged from Kolkata’s Woodlands Hospital. pic.twitter.com/BUwsz5h1FQ
— ANI (@ANI) January 7, 2021
ସୂଚନାଯୋଗ୍ୟ ବିସିସିଆଇ(Board of Control for Cricket in India) ସଭାପତି ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଗତ ୨ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ। ଜିମରୁ ଫେରିବା ପରେ ସୌରଭଙ୍କର ପ୍ରଥମେ ମୁଣ୍ଡ ବୁଲାଇଥିଲା ଓ ସେ ଅଚେତ ହୋଇଯାଇଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ କୋଲକାତାର ଉଡ୍ଲାଣ୍ଡ୍ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ସେବେଠାରୁ ତାଙ୍କର ଚିକିତ୍ସା ଚାଲିଥିଲା।
#WATCH | “I thank the doctors at the hospital for the treatment. I am absolutely fine,” says BCCI President Sourav Ganguly after being discharged from Kolkata’s Woodlands Hospital. pic.twitter.com/BUwsz5h1FQ
— ANI (@ANI) January 7, 2021