ପୁଣି ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ଗାଙ୍ଗୁଲି

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ସେ ସାମାନ୍ୟ ଅସୁସ୍ଥ ଥିଲେ। ହେଲେ ଆଜି ମଧ୍ୟାହ୍ନରେ ଯନ୍ତ୍ରଣା ବଢିଥିଲା।

ଏହା ପୂର୍ବରୁ ମଧ୍ୟ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କର ଏଞ୍ଜିଓପ୍ଲାଷ୍ଟି କରିବାକୁ ପଡ଼ିଥିଲା। ସେତେବେଳେ ତାଙ୍କୁ ହାଲ୍‌କା ହାର୍ଟ ଆର୍ଟାକ୍‌ ହୋଇଥିଲା। ଜାନୁଆରୀ ୨ ତାରିଖ ସେ ନିଜ ଘରେ ୱାର୍କଆଉଟ କରୁଥିବାବେଳେ ହାର୍ଟ ଆର୍ଟାକ୍‌ ହୋଇଥିଲା। ତାଙ୍କୁ ସେତେବେଳେ ୫ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବାକୁ ପଡ଼ିଥିଲା। ତାଙ୍କର ଏଞ୍ଜିଓପ୍ଲାଷ୍ଟି କୋଲକାତାର ଉଡ୍‌ଲାଣ୍ଡସ୍‌ ଡାକ୍ତରଖାନାରେ କରାଯାଇଥିଲା।

ଡାକ୍ତରଖାନାରୁ ବାହାରିବା ପରେ ଗାଙ୍ଗୁଲି ଡାକ୍ତରଖାନା ଷ୍ଟାଫ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ, ‘ଏବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି। ଚିକିତ୍ସା ପାଇଁ ଡାକ୍ତର ଓ କର୍ମଚାରୀଙ୍କୁ ଅଶେଷ ଧନ୍ୟବାଦ।’

You might also like