ଅନଲାଇନରେ ତନ୍ତ୍ରବିଦ୍ୟାର ବିଜ୍ଞାପନ ଦେଖାଇ ଠକୁଥିଲା ଦୁର୍ବୃତ୍ତ: ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ତାନ୍ତ୍ରିକଙ୍କୁ କାବୁ କଲା ପୋଲିସ୍

ବାଡ଼ମେର: ଅନଲାଇନରେ ଚାଲିଥିଲା ତନ୍ତ୍ରମନ୍ତ୍ର ଧନ୍ଦା। ସରଳ ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ନକଲି ବାବା। ଫେସବୁକ ପରି ସୋସଆଲ ମିଡ଼ିଆରେ ତନ୍ତ୍ରମନ୍ତ୍ର କରୁଥିବା ଘଟଣା ଶୁଣିଛନ୍ତି କି ? ଅନଲାଇନରେ ଏପରି ଧନ୍ଦା କରି ଲୋକଙ୍କୁ ଡରାଇ ଧମକାଇ ତଥା ମୃତ୍ୟୁର ଭୟ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛଥିବା ପରି ଘଟଣା  ରାଜସ୍ଥାନର ବାଡ଼ମେର ଜିଲ୍ଲାର ଦେଖିବାକୁ ମିଳିଛି। ଏଠାରେ ଜଣେ ତାନ୍ତ୍ରିକକୁ ଏପରି ଅଭିଯୋଗରେ ଗିରଫ କରିଛି ପୋଲିସ୍ ।

ପଞ୍ଜାବ ନିବାସୀ ତାନ୍ତ୍ରିକ ଦୀପକ କୁମାର ଲୋକଙ୍କୁ ଠକିବା ଉଦ୍ଦେଶ୍ୟରେ ଅନଲାଇନରେ ଜାଲ ବୁଣିଥିଲେ। ସୋସିଆଲ ମିଡ଼ିଆରେ ବିଜ୍ଞାପନ ଜରିଆରେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳର ଲୋକଙ୍କୁ ନିଜର ଜାଲର ଫସାଉଥିଲେ । ଆଉ ତା’ପରେ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଲୁଟି ନେଉଥିଲେ। ପୁଲିସ ସଳୂନା ଅନୁସାରେ ବାଡ଼ମେର ଜିଲ୍ଲା ନିବାସୀ ଏକ ପରିବାର ଏପରି ଠକାମିର ଶିକାର ହୋଇଛନ୍ତି। ମୃତ୍ୟୁ ଭୟରେ ତାନ୍ତ୍ରିକ ଆକାଉଣ୍ଟରେ ମୋଟ୍ ୨, ୭୪୦,୦୦ଟଙ୍କା ଜମା କରିଛନ୍ତି । ଘରେ ଶାନ୍ତି ଶାନ୍ତି ହୋମ କରିବା ଆଳର ତନ୍ତ୍ର ବିଦ୍ୟାର ଦେଖାଇ ତାନ୍ତ୍ରିକ ଜଣକ ୧୦ ଦିନରେ ୨୫ ଥର ଟଙ୍କା ମଗାଇ ସେହି ପରିବାରକୁ ଲୁଟିଛନ୍ତି ।

ରାଜସ୍ଥାର ବାଡ଼ମେର ଜିଲ୍ଲା ଗୁଡ଼ାମାଲନୀ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ଏଠାରେ ରହୁଥିବା ଜୋଗାରାମଙ୍କ ପୁଅ ଅର୍ଜୁନଙ୍କ ସାଥୀରେ ଏପରି ଧୋକାଦାରି ହୋଇଛି। ଥାନା ଅଧିକାରୀ ମୂଳାରାମ ଚୌଧୁରୀ କହିଛନ୍ତି, ଅଭିଯୁକ୍ତ ତାନ୍ତିକକୁ ପଞ୍ଚାବରୁ ଗିରଫ କରାଯାଇଛି। ଏହାସହ ୨.୦୯ ଲକ୍ଷ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତ ଜଣକର ପଞ୍ଜାବ ଦାନିସମନ୍ଦ ସତନାମ ନଗର ଜଳନ୍ଧରେ ବାସିନ୍ଦା ବୋଲି ଜଣାପଡ଼ିଛି।

ସୋସିଆଲ ମିଡ଼ିଆର ତନ୍ତ୍ରବିଦ୍ୟାର ବିଜ୍ଞାପନ ଦେଖାଇ ଘରେ ସୁଖଶାନ୍ତି ଫେରାଇବା ଆଣିବ କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଏ। ଆଉ ତା’ରେ ସେହି ତନ୍ତ୍ର ବିଦ୍ୟା ମାଧ୍ୟମରେ ଲୋକଙ୍କୁ କ୍ଷତି ପହଞ୍ଚାଇବାକୁ ଡରାଇ ଟଙ୍କା ଆଦାୟ କରେ । ଏହି ତାନ୍ତ୍ରିକ ଏବେ ସୁଦ୍ଧା ୧୨ ଜଣରୁ ଅଧିକ ନିରହୀ ଲୋକଙ୍କୁ ଚୁନା ଲଗାଇ ସାରିଥିବା ଜଣାପଡ଼ିଛି। ପୋଲିସ ଏବେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି।

You might also like