ଏହି ସେଲୁନ୍‌ରେ ମାଗଣାରେ କାଟନ୍ତୁ ଚୁଟି

କୋଚି: ସେଲୁନ୍‌ରେ ଚୁଟି କାଟିବାକୁ ଚାହୁଁଛନ୍ତି ? ତା’ବି ପୁଣି ମାଗଣାରେ। ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ବି ଦେବାକୁ ପଡ଼ିବ ନାହିଁ। ଆମେ ଆପଣଙ୍କୁ ଏମିତି ଏକ ସେଲୁନ୍‌ ବିଷୟରେ କହିବୁ ଯେଉଁଠି ଆପଣ ମାଗଣାରେ ଚୁଟି କାଟି ପାରିବେ। କଥାଟା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ, ଘଟଣାଟି ସତ। କେରଳ କୋଚିରେ ଏମିତି ଏକ ସେଲୁନ୍‌ ଅଛି, ଯେଉଁଠି ଲୋକମାନେ ମାଗଣାରେ ଚୁଟି କାଟିଥାନ୍ତି।

ସୂଚନା ଅନୁସାରେ, କୋଚିର କାଥ୍ରିକାଡାଭୁରେ ଗୋପୀ ନାମକ ଜଣେ ବାର୍ବରଙ୍କ(ବାରିକ) ଏହି ସେଲୁନ୍ ରହିଛି‌। ଯେଉଁଠି ସେ ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଚୁଟି ମାଗଣାରେ କାଟିଥାନ୍ତି। ଏହାସହ ଯେଉଁ ବୃଦ୍ଧ ବ୍ୟକ୍ତିଙ୍କ ନିକଟରେ ଟଙ୍କା ନଥାଏ, ହେଲେ ସେ ଚୁଟି କାଟିବାକୁ ଚାହୁଁଥିବେ ସେମାନଙ୍କର ମଧ୍ୟ ମାଗଣାରେ ଚୁଟି କାଟିଥାନ୍ତି ଗୋପୀ।

ଗୋପୀଙ୍କ କହିବା ଅନୁଯାୟୀ, ତାଙ୍କର ୩ଟି ସେଲୁନ୍‌ ଅଛି। ସେଥିମଧ୍ୟରୁ ଗୋଟିଏ ସେଲୁନ୍‌ରେ ସେ ମାଗଣାରେ ଚୁଟି କାଟିଥାନ୍ତି। ସେ ତାଙ୍କ ଦୋକାନ ବାହାରେ ଏକ ବୋର୍ଡ ଲଗାଇଛନ୍ତି, ଯେଉଁଥିରେ ଲେଖା ହୋଇଛି-ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ, ସେମାନେ ମାଗଣାରେ ଚୁଟି କାଟି ପାରିବେ।

କରୋନା ମହାମାରୀ ସଙ୍କଟ ସମୟରେ ଅନେକ ଲୋକ ସେମାନଙ୍କର ଜୀବିକା ହରାଇଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିବା ଗୋପୀଙ୍କ ଏଭଳି କାର୍ଯ୍ୟକୁ ସବୁଠି ପ୍ରଶଂସା କରାଯାଉଛି।

You might also like