ପିଲାବେଳେ ମହାଭାରତ, ରାମାୟଣ ପଢୁଥିଲେ ଆମେରିକାର ଏଇ ପୂର୍ବତନ ରାଷ୍ଟ୍ରପତି

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇ ଆସିଛନ୍ତି। ଭାରତୀୟ ସଂସ୍କୃତିର ପରିଚୟ ମହାଭାରତ ଓ ରାମାୟଣକୁ ସେ ଖୁବ୍ ପସନ୍ଦ କରନ୍ତି। ଓବାମାଙ୍କର ପିଲାଦିନ ଇଣ୍ଡୋନେସିଆରେ କଟିଥିଲା। ସେଠାରେ ତାଙ୍କର ଅଧିକାଂଶ ସମୟ ରାମାୟଣ ଓ ମହାଭାରତର କାହାଣୀ ଶୁଣିବାରେ କଟୁଥିଲା । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି ? ହେଲେ ସତ। କାରଣ ଏକଥା ଆଉ କେହି ନୁହେଁ, ନିଜେ ଓବାମା ସ୍ୱୀକାର କରିଛନ୍ତି।

ନିକଟରେ ବାରାକ ଓବାମାଙ୍କ ପୁସ୍ତକ ‘A Promised Land’ ଉନ୍ମୋଚିତ ହୋଇଛି। ଓବାମାଙ୍କ ପୁସ୍ତକରେ ଭାରତକୁ ନେଇ ଅନେକ କିଛି ଲେଖିଛନ୍ତି। ସେ ଲେଖିଛନ୍ତି, ଭାରତ ଏକ ବିଶାଳ ଦେଶ । ବିଶ୍ୱ ଜନସଂଖ୍ୟାର ୧/୬ ଲୋକ ଏଠାରେ ରୁହନ୍ତି। ୨ ହଜାର ଭିନ୍ନ ଭିନ୍ନ ଜାତିର ଲୋକ ରୁହନ୍ତି।  ୭୦୦ରୁ ଅଧିକ ଭାଷା ରହିଛି।

ଓବାମା ଲେଖିଛନ୍ତି, ସେ ପୂର୍ବରୁ କେବେ ଭାରତ ଯାଇ ନ ଥିଲେ। ୨୦୧୦ରେ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ପ୍ରଥମ ଥର ପାଇଁ ଭାରତ ଯାଇଥିଲେ। ସେ ଲେଖିଛନ୍ତି, ‘…ହେଲେ ଏହି ଦେଶ ସବୁବେଳେ ମୋ ସ୍ୱପ୍ନରେ ଏକ ସ୍ୱତନ୍ତ୍ର ସ୍ଥାନରେ ପାଇ ଆସିଛି।’
ଭାରତ ପ୍ରତି ତାଙ୍କର ଭଲ ପାଇବାର ଅନେକ କାରଣ ଦର୍ଶାଇଛନ୍ତି ଓବାମା। ସେ କହିଛନ୍ତି, ତାଙ୍କର  ପିଲାଦନ ଇଣ୍ଡୋନେସିଆରେ କଟିଛି। ପିଲାଦିନେ ମହାଭାରତ ଓ ରାମାୟଣର ଅନେକ କାହାଣୀ ଶୁଣିଛନ୍ତି। ସେଥିପାଇଁ ହୁଏତ ଭାରତ ପ୍ରତି ତାଙ୍କର ସ୍ୱତନ୍ତ୍ର ଆକର୍ଷଣ ରହିଛି।

ପ୍ରାଚ୍ୟ ଧର୍ମ ପ୍ରତି ତାଙ୍କର ଭଲପାଇବା ଓ ଆକର୍ଷଣ ରହଛି। ଏହାଛଡ଼ା ତାଙ୍କର କିଛି ଭାରତ ଓ ପାକିସ୍ତାନ କଲେଜ ବନ୍ଧୁ ଥିଲେ ଯେଉଁମାନେ କି ତାଙ୍କୁ ଡାଲି ଏବଂ କିମା ରୋଷେଇ ଶିଖାଇଥିଲେ ଏବଂ ବଲିଉଡ ଫିଲ୍ମ ପ୍ରତି ତାଙ୍କ ମନରେ ଆଗ୍ରହ ସୃଷ୍ଟି କରାଇଥିଲେ । ହୁଏତ ଭାରତକୁ ଭଲ ପାଇବାର ଏହା ଗୋଟିଏ ଗୋଟିଏ କାରଣ ବୋଲି ସେ ପୁସ୍ତକରେ ଲେଖିଛନ୍ତି।

ଏଠି କହିରଖିବୁ  ‘A Promised Land’ ଦୁଇଟି ଭାଗ ମଧ୍ୟରୁ ପ୍ରଥମ ଭାଗଟି ମଙ୍ଗଳବାର ବହିଦୋକାନରେ ଖୁବ୍‌ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like