ନିର୍ଭୟା ଦୋଷୀ ପବନକୁ ନାବାଳକ ପ୍ରମାଣିତ କରିବାକୁ ଯାଇ ଫସିଲେ ଓକିଲ

ନୂଆଦିଲ୍ଲୀ: ଦିଲ୍ଲୀ ବାର କାଉନ୍‌ସିଲ ନିର୍ଭୟା ଗ୍ୟାଙ୍ଗରେପ୍‌ ଘଟଣାରେ ଦୋଷୀ ପକ୍ଷରୁ ନିଯୁକ୍ତ ଓକିଲ ଏପି ସିଂହଙ୍କୁ ନୋଟିସ ଜାରି କରିଛନ୍ତି। ଦୁଇ ସପ୍ତାହ ଭିତରେ ଜବାବ ଦେବାକୁ ବାର କାଉନସିଲ ତାଙ୍କୁ କହିଛନ୍ତି।

ନିର୍ଭୟା ଗ୍ୟାଙ୍ଗ ରେପ ମାମଲାରେ ଏପି ସିଂହ ତାଙ୍କ ମହକିଲ ପବନ ଗୁପ୍ତାଙ୍କୁ ବଞ୍ଚାଇବା ଉଦ୍ଦେଶ୍ୟରେ କିଛି ତଥ୍ୟପ୍ରମାଣ ପ୍ରଦାନ କରିଥିଲେ ଯାହା ଜାଲ ଥିଲା। ସେ ପବନଙ୍କୁ ନାବାଳକ ପ୍ରମାଣିତ କରିବା ପାଇଁ ଯଉଁ କାଗଜପତ୍ର ଅଦାଲତଙ୍କୁ ଦେଇଥିଲେ ତାହା ଜାଲ ଥିଲା। ଏହି ଆବେଦନକୁ ହାଇକୋର୍ଟ ଖାରଜ କରିବା ସହ ସିଂହଙ୍କ ଉପରେ ଜରିମାନା ଲଗାଇଥିଲେ।

ପ୍ରଥମତଃ ଅଦାଲତରେ ଜାଲ କାଗଜପତ୍ର ଦାଖଲ କରିଥିଲେ, ଦ୍ୱିତୀୟତଃ କୋର୍ଟଙ୍କ ସମୟ ନଷ୍ଟ କରିଥିଲେ। ଏଥିପାଇଁ କୋର୍ଟ ବାର୍‌ କାଉନ୍‌ସିଲ୍‌କୁ ତାଙ୍କ ପାଖରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଆଦାୟ ନ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।

ସୂଚନାଥାଉ କି, ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ନାମକ ଯୁବକ ନିଜକୁ ନାବଳକ ଦର୍ଶାଇ ସୁପ୍ରିମକୋର୍ଟରେ ଗତକାଲି ଆବେଦନ କରିଥିଲେ। ୨୦୧୨ ନିର୍ଭୟା ଓ ଗଣଦୁଷ୍କର୍ମ ବେଳେ ସେ ନାବାଳକ ଥିଲା ବୋଲି ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦଣ୍ଡ ହେବାକୁ ଥିବାରୁ ଏହାକୁ ବିଳମ୍ବିତ କରିବା ପାଇଁ ପବନ ଏବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।

 

You might also like