ଚର୍ଚ୍ଚାରେ ପୁନେର ଏହି ଗୋଲ୍ଡ ମ୍ୟାନ୍
ପୁନେ: ମହାରାଷ୍ଟ୍ର ପୁନେର ଗୋଲ୍ଡ ମ୍ୟାନ୍ ପ୍ରଶାନ୍ତ ସପକଲ୍ଙ୍କୁ ନେଇ ଏବେ ଚର୍ଚ୍ଚା। ସେ ପିନ୍ଧୁଥିବା ସୁନା ଅଳଙ୍କାରକୁ ନେଇ ଏବେ ସମସ୍ତଙ୍କ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ବାପି ଲହରୀଙ୍କ ଠାରୁ ଅନୁପ୍ରାଣିତ ହୋଇ ସେ ଏତେ ପରିମାଣର ସୁନା ପିନ୍ଧୁଥିବା କହିଛନ୍ତି।
ପିନ୍ଧୁଥିବା ସୁନାର ଓଜନ ୫ କିଲୋ ଓ ଏହାର ମୁଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ପ୍ରଶାନ୍ତ କହିଛନ୍ତି। ସୁନା ପିନ୍ଧି ବାପି ଲହରୀ ଯେଉଁଭଳି ଭାବରେ ସଫଳତା ପାଇଛନ୍ତି ସେ ମଧ୍ୟ ସୁନା ପିନ୍ଧିବାରୁ ସେଭଳି ସଫଳତା ପାଉଛନ୍ତି ବୋଲି ଗୋଲ୍ଡ ମ୍ୟାନ୍ ପ୍ରଶାନ୍ତ କହିଛନ୍ତି।
ଏତେ ପରିମାଣର ସୁନା ପିନ୍ଧିଥିବାରୁ ତାଙ୍କୁ ବିଭିନ୍ନ ସ୍ଥାନରେ ଲୋକେ ଦେଖିମାତ୍ରେ ତାଙ୍କ ସହ ସେଲ୍ଫି ନିଅନ୍ତି ବୋଲି ସେ କହିଛନ୍ତି। ତେଣୁ ଏହା ତାଙ୍କୁ ଆନନ୍ଦ ଦେଉଥିବା ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ‘ବାହାରକୁ ଯିବା ବେଳେ ସୁରକ୍ଷା ପାଇଁ ୬ରୁ ୭ଜଣ ବାଉନ୍ସର୍ଙ୍କୁ ନିଅନ୍ତି।’
ପ୍ରଶାନ୍ତଙ୍କ ଏକ କନଷ୍ଟ୍ରକସନ୍ କମ୍ପାନୀ ରହିଛି।