ବ୍ୟାଙ୍କ୍ ଧର୍ମଘଟ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ଦେଶର ୪ ବ୍ୟାଙ୍କ ୟୁନିଅନ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖ ୨ ଦିନ ଧରି ଦିଆଯାଇଥିବା ବ୍ୟାଙ୍କ ଧର୍ମଘଟ ଡାକରା ଆଜି ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରହିଛି। ଧର୍ମଘଟ ଡାକରା ଦେଇଥିବା ୟୁନିଅନର ପ୍ରତିନିଧିମାନଙ୍କ ସହ ଆଜି ଅର୍ଥ ସଚିବ ରାଜୀବ କୁମାର ଆଲୋଚନା କରିଥିଲେ। ଏହି ବୈଠକ ପରେ ୟୁନିଅନ ପକ୍ଷରୁ ଧର୍ମଘଟ ସ୍ଥଗିତ ସମ୍ପର୍କରେ ଘୋଷଣା କରାଯାଇଛି।

ୟୁନିଅନ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବି ଗୁଡ଼ିକର ତର୍ଜମା କରିବା ପାଇଁ ସରକାର ଏକ କମିଟି ଗଠନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ କମିଟିର ରିପୋର୍ଟ ଆସିବା ଯାଏ ୟୁନିଅନ ନିଜର ଧର୍ମଘଟ ସ୍ଥଗିତ ରଖିବ ବୋଲି କହିଛି।

କେନ୍ଦ୍ର ସରକାର ୧୦ଟି ବ୍ୟାଙ୍କକୁ ମିଶ୍ରଣ କରି ୪ଟି ବୃହତ ବ୍ୟାଙ୍କରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବିରୋଧରେ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସରସ୍‌ ଆସୋସିଏସନ୍‌, ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର କନଫେଡ୍ରେସନ, ନ୍ୟାଶନାଲ ଅର୍ଗାନାଇଜେସନ ଅଫ ବ୍ୟାଙ୍କ ଅଫିସରସ ଓ ନ୍ୟାଶନାଲ ବ୍ୟାଙ୍କ ଅଫିସରସ କଂଗ୍ରେସ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖରେ ଧର୍ମଘଟ ଡାକରା ଦିଆଯାଇଥିଲା।

ଏଥିସହ ୟୁନିଅନ ପକ୍ଷରୁ ବ୍ୟାଙ୍କ କର୍ମଚାରୀଙ୍କ ପାରିଶ୍ରମିକ ଓ ପେନସନ ରାଶିକୁ ବୃଦ୍ଧି କରିବାକୁ ମଧ୍ୟ ଦାବି କରାଯାଇଥିଲା। ଏବେ ଏହା ଉପରେ କେନ୍ଦ୍ର ସରକାର ବିଚାର ବିମର୍ଶ କରିବାକୁ ରାଜି ହୋଇଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like