ମେ’ରେ ୧୨ ଦିନ ବ୍ୟାଙ୍କ ବନ୍ଦ !

ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି କି, ତାହାହେଲେ ତୁରନ୍ତ କାମ ସାରି ଦିଅନ୍ତୁ। କାହିଁକି ନା ଆଗକୁ ୧୨ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଗତ ଏପ୍ରିଲରେ ୧୫ ଦିନ ପାଇଁ ବ୍ୟାଙ୍କ ସେବା ବନ୍ଦ ରହିଥଲ।। ସେହିପରି ମେ ମାସରେ ମଧ୍ୟ ୧୨ ଦିନ ପାଇଁ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ ବୋଲି ଆରବିଆଇ କ୍ୟାଲେଣ୍ଡରରେ ତାଲିକା ଉଲ୍ଲେଖ କରାଯାଇଛି । କେବଳ ସେତିକି ନୁହେଁ, ମାସର ସବୁ ରବିବାରକୁ ଛାଡି ୧୨ ଦିନ ପାଇଁ ବ୍ୟାଙ୍କ୍ ବନ୍ଦ ରହିବ ।

ଅଧିକାଶ ବ୍ୟାଙ୍କ ଆଂଚଳିକ ପର୍ବପର୍ବାଣୀ ଛୁଟି ସମେତ ଜାତୀୟ ଛୁଟିରେ ବନ୍ଦ ରହିବ । ଅନେକ ରାଜ୍ୟର ବ୍ୟାଙ୍କ ମେ ୧୪ରେ ତଥା ଇଦ୍‌-ଉଲ୍‌-ଫିତରରେ ବନ୍ଦ ରହିବ । ସେହିପରି ପବ୍ଲିକ୍ ସେକ୍ଟର, ଘରୋଇ ବ୍ୟାଙ୍କ, କର୍ପୋରେଟିଭ ବ୍ୟାଙ୍କ ଓ ଆଂଚଳିକ ବ୍ୟାଙ୍କ ସମୁହ ମେ ୧, ୭, ୧୩, ୧୪ ଓ ୨୬ ତାରିଖରେ ହେବାକୁ ଥିବା ଜାତୀୟ ଛୁଟି ଯଥାକ୍ରମେ ଶ୍ରମିକ ଦିବସ, ଜମାତ୍‌-ଉଲ୍‌-ବିଦା, ଅକ୍ଷୟ ତୃତୀୟା ଓ ବୁଦ୍ଧ ପୁର୍ଣ୍ଣିମା ପାଇଁ ବନ୍ଦ ରହିବ ।

କିନ୍ତୁ ଏହା ଜାଣିରଖନ୍ତୁ, ଏହି ୫ ଦିନ ସାରା ଦେଶର ବ୍ୟାଙ୍କ୍ ବନ୍ଦ ହୋଇଥିଲେ ଆଂଚଳିକ ଛୁଟି ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ରହିଛିା ଆପେକ୍ସ ବ୍ୟାଙ୍କ ମେ ମାସର ବ୍ୟାଙ୍କ ଛୁଟି ତାଲିକାକୁ ଏହାର ୱେବସାଇଟରେ ଅପଲୋଡ୍ କରିଛି । ଯାହାକି ଆରବିଆଇ ଦ୍ୱାରା ପ୍ରକାଶି ଛୁଟି ତାଲିକା ବିଜ୍ଞପ୍ତି । ଆସନ୍ତୁ ଜାଣିବା କେଉଁ ଦିନ କାହିଁକି ବ୍ୟାଙ୍କ ବନ୍ଦ ରହିବ ।

ମେ ମାସରେ ପର୍ବପର୍ବାଣୀ ଛୁଟି-
୧ ମେ ୨୦୨୧- ମହାରାଷ୍ଟ୍ର ଦିନ, ଶ୍ରମିକ ଦିବସ
୭ ମେ ୨୦୨୧- ଜୁମାତ୍‌-ଉଲ-ବିଦା
୧୩ ମେ ୨୦୨୧-ରମଜାନ ଇଦ୍‌(ଇଦ୍‌-ଉଲ୍‌-ଫିତର)
୧୪ ମେ ୨୦୨୧- ଭଗବାନ ଶ୍ରୀ ପର୍ଶୁରାମ ଜୟନ୍ତୀ, ରମଜାନ ଇଦ୍‌, ଅକ୍ଷୟ ତୃତୀୟା
୨୬ ମେ ୨୦୨୧- ବୁଦ୍ଧ ପୁର୍ଣ୍ଣିମା

ମେ ମାସର ସପ୍ତାହନ୍ତ ଛୁଟି-

୨ ମେ- ରବିବାର
୮ ମେ-ଦ୍ୱିତୀୟ ଶନିବାର
୯ ମେ- ରବିବାର
୧୬ ମେ- ରବିବାର
୨୨ ମେ- ୪ର୍ଥ ଶନିବାର
୨୩ ମେ-ରବିବାର
୩୦ ମେ- ରବିବାର

ଜାଣିରଖନ୍ତୁ- ଅଗରତାଲା, ଅହମ୍ମଦବାଦ, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ, ଡେରାଡୁନ୍‌, ଗ୍ୟାଙ୍ଗଟକ୍‌, ଜୟପୁର, ଜମ୍ମୁ, କାନପୁର, ନୂଆଦିଲ୍ଲୀ, ରାୟପୁର, ରାଂଚି, ସିଲଂ, ସିମଲା ଓ ଶ୍ରୀନଗରରେ ମେ ୧ରେ ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ଜମ୍ମୁ, ସିମଲା ଓ ଶ୍ରୀନଗର ବ୍ୟତୀତ ଅନ୍ୟ ରାଜ୍ୟମାନଙ୍କରେ ମେ ୭ରେ ବ୍ୟାଙ୍କ ଖୋଲାରହିବ । ସେହିପରି ମେ ୨୬ରେ ଭୁବନେଶ୍ୱରରେ ବ୍ୟାଙ୍କ ସେବା ଚାଲୁ ରହିବ ।

You might also like