ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ୭ ଲକ୍ଷ

ଚଣ୍ଡିଗଡ଼: ଦିନ ଦ୍ୱିପହରେ ବ୍ୟାଙ୍କରେ ପଶି  ଆତଙ୍କରାଜ୍ ଚଲାଇଥିଲେ ଲୁଟେରା। ମାରଣାସ୍ତ୍ର ଦେଖାଇ ଗ୍ରାହକଙ୍କୁ ଭୟଭୀତ କରିବା ସହ ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା ଲୁଟି ନେଇ ଯାଇଛନ୍ତି  ଦୁବୃର୍ତ୍ତ। ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଛି ବ୍ୟାଙ୍କ ଲୁଟ୍‌ର ଲାଇଭ ଦୃଶ୍ୟ।

ହରିୟାଣା ଝାଞ୍ଜର ଜିଲ୍ଲା ମାଛରାଉଳି ଗାଁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ଲୁଟ୍ ଅଭିଯୋଗ ହୋଇଛି । ୫ ଜଣ ସଶସ୍ତ୍ର ଦୁର୍ବୃତ୍ତ ବ୍ୟାଙ୍କରେ ପଶି ଲୁଟପାଟ୍‌ କରି ଚାଲିଥିଲେ। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି,  ଦୁର୍ବୃତ୍ତମାନେ ବ୍ୟାଙ୍କରେ ପଶି ପ୍ରଥମେ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କଲେ। ଆଉ ତା’ ପରେ ଲୁଟପାଟ୍‌ କରିଥିଲେ। ଖାଲି ସେତିକି ନୁହେଁ, ବ୍ୟାଙ୍କର ସୁରକ୍ଷାକର୍ମୀଙ୍କ ଠାରୁ ମଧ୍ୟ ଦୁର୍ବୃତ୍ତମାନେ ବନ୍ଧୁକ ଛଡ଼ାଇ ନେଇଥିଲେ।

ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଛି । ଦୁଇ ଜଣ ଡିଏସ୍‌ପି ରାଙ୍କର ଅଫିସର ଘଟଣାର ତଦନ୍ତ ଚଳାଇଛନ୍ତି। ଡକାୟତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

You might also like