ଆସନ୍ତା ମାସରେ ୯ ଦିନ ବନ୍ଦ ରହିବ ବ୍ୟାଙ୍କ୍

ଦେଶରେ କରୋନା ମାହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ସମସ୍ତ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଅନଲାଇନ୍ ସେବା ପ୍ରଦାନ କରୁଛନ୍ତି । ଅତି ଅବାଶ୍ୟକ ନପଡ଼ିଲେ ବ୍ୟାଙ୍କ ନଆସିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଲକଡାଉନ୍ କଟକଣା ମଧ୍ୟରେ ବ୍ୟାଙ୍କକୁ ଗ୍ରାହକଙ୍କ ଯିବା ଆସିବା ମଧ୍ୟ କମ୍ ରହିଛି । ତଥାପି ଜୁନ ମାସରେ ବ୍ୟାଙ୍କରେ କୌଣସି ଜରୁରୀ କାମ ଥିଲେ, କେତେ ଦିନ ଛୁଟି ରହିବ ଜାଣିବା ଉଚିତ ।

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ ବ୍ୟାଙ୍କ୍ ଛୁଟି ଜାରି କରାଯାଇଛି । ଏଥିରେ ବିଭିନ୍ନ ରାଜ୍ୟ ହିସାବରେ ବ୍ୟାଙ୍କ ଛୁଟି ଘୋଷଣା ହୋଇଛି । ଆରବିଆଇ ଦ୍ୱାରା ଜାରି ହୋଇଥିବା ଛୁଟି ଅନୁଯାୟୀ, ସାପ୍ତାହିକ ଛୁଟି ଏବଂ ଅନ୍ୟାନ୍ୟ ଛୁଟି ସମେତ ଜୁନ୍ ମାସରେ ମୋଟ ୯ ଦିନ ବନ୍ଦ ରହିବ ବ୍ୟାଙ୍କ । ଜୁନ୍ ମାସରେ କୌଣସି ପ୍ରମୁଖ ପର୍ବ ପଡ଼ୁ ନାହିଁ । କେତେକ ରାଜ୍ୟରେ ସ୍ଥାନୀୟ ପର୍ବ ଯୋଗୁଁ ଜୁନ୍ ମାସରେ ବନ୍ଦ ରହିବ ବ୍ୟାଙ୍କ ।

କରୋନାର ଦ୍ୱିତୀୟ ଲହରୀ ଏବଂ ଲକଡାଉନ୍ ହେତୁ ଘରେ ବସି ଅନଲାଇନରେ କାରବାର କରିବାକୁ ବ୍ୟାଙ୍କଗୁଡିକର ପରାମର୍ଶ ଦେଉଛନ୍ତି । ତେବେ ନଗଦ ଆବଶ୍ୟକ ହେଲେ ସରକାରୀ ବ୍ୟାଙ୍କଗୁଡ଼ିକ ଘରେ ଯାଇ ଟଙ୍କା ଦେଇଆସୁଛନ୍ତି । ଅନଲାଇନରେ ଚେକ୍ ବୁକ୍, ଲାଇଫ୍ ସାର୍ଟିଫିକେଟ୍ ଆଦି ସେବା ଘରେ ବସି ବି ମିଳିପାରୁଛି । କରୋନା ମହାମାରୀରେ ଘରୁ ବାହାରକୁ ଯାଇ ସୁରକ୍ଷିତ ରହିବା ଭଲ ।

ଜୁନ ମାସରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ୍ ?

୬ ଜୁନ୍ – ରବିବାର

୧୨ ଜୁନ୍ – ଦ୍ୱିତୀୟ ଶନିବାର

୧୩ ଜୁନ୍ – ରବିବାର

ଜୁନ୍ ୧୫ – ମିଥୁନ ସଂକ୍ରାନ୍ତି ଏବଂ ରଜ ମହୋତ୍ସବ (ଇଜୱାଲ୍-ମିଜୋରାମ ଓ ଓଡ଼ିଶାର ବ୍ୟାଙ୍କଗୁଡିକ ବନ୍ଦ ରହିବ)

୨୦ ଜୁନ୍ – ରବିବାର

ଜୁନ୍ ୨୫ – ଗୁରୁ ହରଗୋବିନ୍ଦଙ୍କ ଜନ୍ମ ବାର୍ଷିକୀ (ଜାମ୍ମୁ ଏବଂ ଶ୍ରୀନଗରର ବ୍ୟାଙ୍କଗୁଡିକ ବନ୍ଦ ରହିବ)

୨୬ ଜୁନ୍ – ଦ୍ୱିତୀୟ ଶନିବାର

୨୭ ଜୁନ୍ – ରବିବାର

ଜୁନ୍ ୩୦ – ରେମନାନି (କେବଳ ଇଜୱାଲରେ ବ୍ୟାଙ୍କ ବନ୍ଦ ରହିବ)

You might also like