• translate
Sarbeswar

ନୂଆଦିଲ୍ଲୀ: ବ୍ୟାଙ୍କ୍‌ରେ ଆପଣଙ୍କର କୌଣସି କାମ ରହିଯାଇଛି କି? ଯଦି ହଁ ତେବେ ଆଦୌ ବିଳମ୍ବ ନକରି ଯଥାଶୀଘ୍ର କାମ ସାରନ୍ତୁ। କାରଣ ୧୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ। ଠପ୍‌ ହୋଇଯିବ ପୂରା ବ୍ୟାଙ୍କ ସେବା। କାରଣ ଏହି ମାସରେ ଦିନେ ନୁହେଁ କି ଦୁଇ ଦିନ ବରଂ ପୂରା ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍। ମୋଟ୍‌ ଉପରେ କହିବାକୁ ଗଲେ ପୂରା ଅଧା ମାସ ବନ୍ଦ ରହିବ ବ୍ୟାଙ୍କ୍। ତେଣୁ ଛୁଟିର ଲିଷ୍ଟକୁ ଥରେ ଭଲ ଭାବରେ ଦେଖିନିଅନ୍ତୁ। ସୂଚନା ଅନୁସାରେ, ଚଳିତ ମାସ ୯ ଛୁଟି ମିଳୁଥିବା ବେଳେ ଶନିବାର ଓ ରବିବାରକୁ ମିଶାଇ ଆଉ ୬ ଟି ଛୁଟି ରହିଛି। ତେଣୁ ମୋଟ୍‌ ଉପରେ ଏହି ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍। ଆରବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କର ଛୁଟି ନର୍ଦ୍ଧାରିତ କରାଯାଇଥାଏ। ବିଭିନ୍ନ ରାଜ୍ୟରେ ପର୍ବପର୍ବାଣୀ ଅନୁସାରେ, ସେହି ରାଜ୍ୟରେ କାର୍ଯ୍ୟରତ ବ୍ୟାଙ୍କ କର୍ମଚାରୀମାନେ ଛୁଟି ପାଇଥାଆନ୍ତି।

ତେବେ ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ…..

ଜୁଲାଇ-୪ ତାରିଖ ଶନିବାର ପାଇଁ ବନ୍ଦ ରହିଥିଲା ବ୍ୟାଙ୍କ୍‌। ସେହିପରି ୧୦ ଜୁଲାଇରେ ମାସର ଦ୍ୱିତୀୟ ଶନିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ। ସେହିପରି ଭାବରେ, ୧୧ ଓ ୧୮ ଜୁଲାଇ ରବିବାର ପଡ଼ୁଛି। ଏହାସହ ୨୪ ଜୁଲାଇ ମାସର ଚତୁର୍ଥ ଶନିବାର ପଡ଼ୁଥିବା ବେଳେ ୨୫ ଜୁଲାଇ ରବିବାର ପଡ଼ୁଛି। ତେଣୁ ଏହି ଦିନ ଗୁଡ଼ିକ ବ୍ୟାଙ୍କ ବନ୍ଦ ରହିବ।

ଏହାବାଦ୍‌ ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ। ସେହିପରି ୧୩ ତାରିଖରେ ଭାନୁ ଜୟନ୍ତୀ ପାଇଁ ବନ୍ଦ ରହିବ ବ୍ୟାଙ୍କ୍। ପୁଣି ୧୪ ଜୁଲାଇରେ ଦ୍ରୁପକ୍‌ ପର୍ବ ପଡ଼ୁଥିବାରୁ ଛୁଟି ରହିବ ବ୍ୟାଙ୍କ। ହେରଲା ପର୍ବ ଚଳିତ ମାସ  ୧୬ରେ ପଡ଼ୁଥିବା ବେଳେ ୧୭ ତାରିଖରେ ଖାରଚି ପୂଜା ପଡ଼ୁଛି ତେଣୁ ଏହି ଦିନରେ ବି ବନ୍ଦ ରହିବ ବ୍ୟାଙ୍କ। କେବଳ ଏତିକି ନୁହେଁ ବରଂ ୧୯ ଜୁଲାଇରେ ଗୁରୁ ଠୁଙ୍ଗାକରଙ୍କର ସ୍ୱର୍ଣ୍ଣ ନକ୍ଷତ୍ର ରହିଥିବା ବେଳେ ୨୦ ଜୁଲାଇରେ ବକରିଦ୍‌ ପଡ଼ୁଛି। ସେହପରି ୨୧ ତାରିଖରେ ଇଦ୍‌-ଉଲ୍‌-ଜୁହା ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ। ଏହାସହ ମାସ ଶେଷ ତଥା ୩୧ ଜୁଲାଇରେ କେର୍‌ ପୂଜା ପଡ଼ୁଥିବାରୁ ବ୍ୟାଙ୍କରେ କୌଣସି କାମ ହେବ ନାହିଁ ଅର୍ଥାତ୍‌ ବନ୍ଦ ରହିବ। ତେଣୁ ଯଦି କୌଣସି କାମ ଆପଣଙ୍କର ବାକି ରହିଛି ତେବେ ତୁରନ୍ତ ସାରିଦିଅନ୍ତୁ ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି।

Other Stories