• translate
Prangyan Parimita

ଢ଼ାକା : ‘ହା ହା’ ଇମୋଜି ବିରୋଧରେ ବିଚିତ୍ର ଫତୱା । ବାଂଲାଦେଶର ଜଣେ ପ୍ରସିଦ୍ଧ ମୌଲାନା ଫେସବୁକର ‘ହା ହା’ ଇମୋଜି ବିରୋଧରେ ଫତୱା ଜାରି କରିଛନ୍ତି । ଲୋକଙ୍କୁ ପରିହାସ କରିବା ପାଇଁ ଫେସବୁକରେ ‘ହା ହା’ ଇମୋଜି ବ୍ୟବହାର କରାଯାଉଥିବା ଅଭିଯୋଗ କରି ଅଜବ ଫରମାନ୍ ଜାରି କରିଛନ୍ତି ମୌଲାନା ଅହମ୍ମଦୁଲ୍ଲା । ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ ମୌଲାନା ଅହମ୍ମଦୁଲ୍ଲାହଙ୍କର  ଫେସବୁକ ଏବଂ ୟୁଟ୍ୟୁବରେ 3 ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି । ସେ ବାରମ୍ବାର ଟିଭିରେ ନଜର ଆସିବା ସହ ମୁସଲିମ ସଂଖ୍ୟାଗରିଷ୍ଠ ଦେଶ ବାଂଲାଦେଶରେ ଧାର୍ମିକ ପ୍ରସଙ୍ଗ ଉପରେ ବିତର୍କ କରନ୍ତି ।

ଶନିବାର ଦିନ ମୌଲାନା ତିନି ମିନିଟର ଭିଡିଓ ପୋଷ୍ଟ କରି ଫେସବୁକରେ ଲୋକଙ୍କୁ ପରିହାସ କରୁଥିବା କଥା କହିଛନ୍ତି । ଏହାର କିଛି ସମୟ ପରେ ସେ ଏକ ଫତୱା ଜାରି କରିଛନ୍ତି । ମୁସଲମାନଙ୍କ ପାଇଁ ଏହା ‘ହରାମ’ ବୋଲି ମଧ୍ୟ କୁହାଯାଇଛି । ଅହମ୍ମଦୁଲ୍ଲାହ କହିଛନ୍ତି, ଆଜିକାଲି ଫେସବୁକର ହାହା ଇମୋଜି ବ୍ୟବହାର କରି ଲୋକଙ୍କୁ ପରିହାସ କରାଯାଉଛି ।  ତାଙ୍କର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨୦ ଲକ୍ଷ ଥର ଦେଖାଯାଇଛି ।

“ଯଦି ଆପଣ ‘ହା ହା’ ଇମୋଜିକୁ କେବଳ ମଜା ପାଇଁ ବ୍ୟବହାର କରନ୍ତି ଏବଂ କଣ୍ଟେଂଟ ପୋଷ୍ଟ କରଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ମଧ୍ୟ ସମାନ, ତେବେ ଏଥିରେ କୌଣସି ଅସୁବିଧା ନାହିଁ । କିନ୍ତୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ପରିହାସ କରିବା କିମ୍ବା ଅପମାନିତ କରିବା ଉଦ୍ଦେଶ୍ୟରେ ଆପଣ ‘ହା ହା’ କମେଣ୍ଟ କରୁଛନ୍ତି, ତେବେ ଏହା ଇସଲାମ ଧର୍ମ ଅନୁସାରେ ସମ୍ପୂର୍ଣ୍ଣ ହରାମ ଅଟେ।

ଆଲ୍ଲାଙ୍କ ଉଦ୍ଦେଶ୍ୟରେ ଏହି କାମରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି ମୌଲାନା | କୌଣସି ବ୍ୟକ୍ତିଙ୍କୁ ପରିହାସ କରିବାକୁ ‘ହା ହା’ ଇମୋଜି ବ୍ୟବହାର କରିବା ଆଦୌ ଉଚିତ ନୁହେଁ । ଯଦି ଆପଣ ଜଣେ ମୁସଲମାନଙ୍କ ମନକୁ ଆଘାତ କରନ୍ତି, ତେବେ ସେ ଏପରି ଭାଷାର ପ୍ରୟୋଗ କରିବ ଯାହା ବିଷୟରେ ତୁମେ କେବେ ଚିନ୍ତା କରିନଥିବ ।

ମୌଲାନାଙ୍କ ଏହି ଭିଡିଓରେ ତାଙ୍କର ହଜାର ହଜାର ଫଲୋଅର୍ସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।  ଅଧିକାଂଶ ଲୋକ ଏହା ଉପରେ ସକାରାତ୍ମକ ମନ୍ତବ୍ୟ ଦେଇଛନ୍ତି । ଅନ୍ୟପଟେ ଶହ ଶହ ଲୋକ ‘ହା ହା’ ଇମୋଜି ଲାଗି ଜାରି ହୋଇଥିବା ଫତୱାକୁ ପରିହାସ କରିଥିଛନ୍ତି । ଅହମ୍ମଦୁଲ୍ଲାହ ବାଂଲାଦେଶର ନୂତନ ପୀଢ଼ିର ମୌଲାନା, ସେ ଇଣ୍ଟରନେଟରେ ବହୁତ ସକ୍ରିୟ । ତାଙ୍କର ପ୍ରତ୍ୟେକ ଭିଡିଓ ବହୁତ ଲୋକପ୍ରିୟ ଏବଂ ଭିଡିଓରେ ଲକ୍ଷ ଲକ୍ଷ ଭିଉ ଆସେ ।

 

Other Stories

  •  bjp leaders came back to Odisha
    Odisha BJP ଗୁଜରାଟ ମଡେଲକୁ ଓଡ଼ିଶାରେ ଆପଣେଇବ ବିଜେପି

    ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି।ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍‌ ସୁରଟ ଯାଇଥିଲେ। 

  • KOTIA
    Koraput କୋଟିଆର ସବୁ ଗାଁରେ ପଞ୍ଚାୟତ ନିର୍ବାଚନ କରିବେ ଓଡ଼ିଶା ସରକାର !

    ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ । ଗତ ଏପ୍ରିଲ ୮ରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପ୍ରବେଶ କରି ନିର୍ବାଚନ କରାଇଥିଲେ । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ...

  • Pipili byelection
    Odisha କାହାକୁ ମିଳିବ ପିପିଲିବାସୀଙ୍କ ଆଶୀର୍ବାଦ?

    ବିଜେଡି, ବିଜେପି ଓ କଂଗ୍ରେସ୍ ନିଜ ନିଜର ୨୦ ଜଣିଆ ଷ୍ଟାର କ୍ୟାମ୍ପେନର୍ ତାଲିକା ପ୍ରକାଶ କରିସାରିଛନ୍ତି। ସବୁ ଦଳର ଷ୍ଟାର କ୍ୟାଂପେନର୍ ଓ ହେଭିେଓ୍ୱଟ୍ ନେତାମାନେ ପ୍ରଚାର ମୈଦାନକୁ ଖୁବ୍ ଶୀଘ୍ର ଓହ୍ଲାଇବେ କିନ୍ତୁ ପ୍ରଚାରରେ...

  • Subash Singh
    Cuttack Durga Puja ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ସୁବାସ ସିଂହଙ୍କ ସମାଲୋଚନା

    କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତୀ ଉଚ୍ଚତାକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଏହି ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ସୁବାସ ସିଂହ ସମାଲୋଚନା କରିଛନ୍ତି । ପ୍ରଥମେ ଦେବାଶିଷ ସାମନ୍ତରାୟ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଥିବା...