ଧରାପଡ଼ିଲା ବ୍ୟାଣ୍ଡ୍ ବାଜା ବାରାତ ଟିମ୍; ବିବାହ ଉତ୍ସବରେ ଅତିଥି ହୋଇ ଆସି କଳାକନା ବୁଲାଇ ଛୁ ମାରୁଥିଲା

ନୂଆଦିଲ୍ଲୀ: ବିବାହ ଉତ୍ସବରେ ଲୁଟ୍‌ପାଟ କରୁଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଏହି ଗ୍ୟାଙ୍ଗର ନା ହେଲା ବ୍ୟାଣ୍ଡ୍‌ ବାଜା ବାରାତ। ୭ ଜଣିଆ ଏହି ଗ୍ୟାଙ୍ଗରେ ଦୁଇଜଣ ନାବାଳକ ମଧ୍ୟ ଅଛନ୍ତି। ଦିଲ୍ଲୀର ଏକ ବିବାହ ଉତ୍ସବରେ ଗହଣା ଓ ଟଙ୍କା ଚୋରି କରିଥିବା ଅଭିଯୋଗରେ ଗ୍ୟାଙ୍ଗକୁ ଗିରଫ କରାଯାଇଛି। ଗିରଫ ବେଳେ ଏମାନଙ୍କ ଠାରୁ ପାଖାପାଖି ୪ ଲକ୍ଷ ଟଙ୍କା ସହିତ ଏକ ରୂପା ଟଙ୍କା ଓ ଦୁଇଟି ବ୍ୟାଗ୍ ଜବତ କରାଯାଇଛି। ଗିରଫ ୭ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ  ସିନ୍ଦୀପ, ହନ୍ସରାଜ, ସାନ୍ତ କୁମାର, କିଶାନ, ବବି ଏବଂ ଦୁଇ ନାବାଳକ।

ଏହି ଗ୍ୟାଙ୍ଗ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୮ଟି ବାହାଘର ଉତ୍ସବରେ ଏପରି ଲୁଟ୍‌ପାଟ କରିଥିବା ଅଭିଯୋଗ ରହିଛି। ଲୁଧିଆନା, ଜିରକପୁର ଏବଂ ଚଣ୍ଡିଗର୍ଡରେ ଏମାନେ ଲୁଟ୍ କରିଥିବା ପୋଲିସ ଜାଣିବାକୁ ପାଇଛି।

ପୋଲିସର ସୂଚନା ଅନୁସାରେ ଏହି ଟିମ୍ ଚୋରି ପୂର୍ବରୁ ବାହାଘର ଉତ୍ସବରେ ଅନେକ ସମୟ ବିତାଉଥିଲେ। ଭଲ ପୋଷାକ ପିନ୍ଧି ବିବାହ ଉତ୍ସବକୁ ଆସିଥିବା ଅତିଥିଙ୍କ ସହିତ ଭଲ ଭାବରେ ମିଶିଯାଉଥିଲେ। ଭୋଜି ପାଇଁ ସେତେ ତରବର ନ ହୋଇ ଚୋରି ପାଇଁ ପ୍ରକୃଷ୍ଠ ସମୟ ଖୋଜୁଥିଲେ। ସମୟ ଅନୁସାରେ, ଧୀରେ ଧୀରେ ଏମାନେ ବାହାଘର ଗିଫ୍ଟ ଓ ମିଳିଥିବା ଗହଣା ଚୋରି କରି ତୁରନ୍ତ ସେହି ସ୍ଥାନରୁ ପଳାଇ ଯାଉଥିଲେ। ଏହି ‘ବ୍ୟାଣ୍ଡ ବାଜା ବାରାତ’ ଲୁଟେରା ଗ୍ୟାଙ୍ଗର ଅଧିକାଂଶ ପିଲା ମଧ୍ୟପ୍ରଦେଶ ରାଜଗର୍ଡ଼ ଜିଲ୍ଲା ଗୁଲ ଖେରି, ସୁଲ୍‌ଖେରି ଏବଂ କଦିୟା ଗାଁର ବୋଲି ପୋଲିସ କହିଛି।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏହି ଗ୍ୟାଙ୍ଗ ପିଲାମାନଙ୍କର ଦକ୍ଷତା ଦେଖି ଗ୍ରାମବାସୀଙ୍କ ଠାରୁ ୧୦ରୁ ୧୨ ଲକ୍ଷ ଦେଇ ପିଲମାନଙ୍କୁ ବର୍ଷ ପାଇଁ ଲିଜ୍‌ରେ ନେଇଥାନ୍ତି। ଗାଁରୁ ପିଲାମାନଙ୍କୁ ଆଣିବା ପରେ ଚୋରି କଳାର ଏକ୍ସପର୍ଟ କରାନ୍ତି ବାହାଘର ଉତ୍ସବକୁ ଚୋରି ପାଇଁ ପଠାନ୍ତି ବୋଲି ପୋଲିସ ପଚାରଉଚରା ଜଣାପଡ଼ିଛି।

 

You might also like