ଧାରା ୩୫(ଏ) ଉଚ୍ଛେଦ ଦାବି

 ୨୬ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ଶ୍ରୀନଗର : ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୫(ଏ) ଉପରେ ପରବର୍ତ୍ତୀ ଶୁଣାଣି ୨୬ରୁ ୨୮ ତାରିଖ ମଧ୍ୟରେ ସୁପ୍ରିମକୋର୍ଟରେ ହେବ। ଧାରା ୩୫(ଏ) ଜରିଆରେ ଜମ୍ମୁ ଓ କଶ୍ମୀରର ମୂଳ ବାସିନ୍ଦା ସ୍ୱତନ୍ତ୍ର ଅଧିକାର ଓ ସୁବିଧା ଉପଭୋଗ କରିଆସୁଛନ୍ତି । ତେବେ ‘ଏକ ଦେଶ, ଏକ ଆଇନ’ ନାରାରେ ଜମ୍ମୁ ଓ କଶ୍ମୀରରେ ଏହି ଧାରା ଉଚ୍ଛେଦ ଲାଗି ଦାବି ହୋଇ ଆସୁଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

ସେପଟେ ଏନେଇ ଜମ୍ମୁ ଓ କଶ୍ମୀର ସରକାର ପୂର୍ବରୁ ନିଜ ପକ୍ଷ ରଖିଛନ୍ତି । ଧାରା ୩୫(ଏ) ଜମ୍ମୁ ଓ କଶ୍ମୀର ପାଇଁ ଏକ ଅପରିହାର୍ଯ୍ୟ ଅଙ୍ଗ ବୋଲି ଦର୍ଶାଯାଇଛି । ଅନ୍ୟପଟେ ଜମ୍ମୁ ଓ କଶ୍ମୀରରେ ସ୍ଥିତି ବିଗିଡ଼ିବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା ବଢ଼ିଛି। କିଛି ବିଚ୍ଛିନ୍ନତାବାଦୀ ନେତାକୁ ଗିରଫ ବି କରାଯାଇଛି । ଧାରା ୩୫(ଏ) ବଳରେ ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି । ତେବେ ପୁଲୱାମା ଆକ୍ରମଣ ପରେ ଏହି ସ୍ୱତନ୍ତ୍ର ଅଧିକାରକୁ ହଟାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଏବଂ ସଙ୍ଗଠନ ପକ୍ଷରୁ ଦାବି କରାଯାଉଛି ।

 

ଆହୁରି ପଢ଼ନ୍ତୁ

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

You might also like