ରୋଜଗାର ଯୋଗାଉଛି ଗ୍ରୀନ୍ ଗୋଲ୍ଡ଼ : ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ଦ୍ୱାରା କୁଶଳୀ କର୍ମଜୀବୀଙ୍କୁ ମିଳୁଛି ପ୍ରୋତ୍ସାହନ

ଶ୍ରୀନଗର: ଗ୍ରୀନ ଗୋଲ୍ଡ ଭାବେ ପରିଚିତ ବାଉଁଶ ପୂର୍ବରୁ ବାଉଁଶରେ ଅନେକ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିବା ସହ ବିଭିନ୍ନ କାମରେ ବ୍ୟବହାର ହେଉଥିଲା। ହେଲେ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ବାଉଁଶ ନିର୍ମିତ ସାମଗ୍ରୀର ଚାହିଦା କମି ଯାଇଛି। ଅନେକ ସ୍ଥାନରେ ବାଉଁଶ କଳା ଲୋପ ପାଇସାରିଲାଣି। ଏହି ବାଉଁଶ କଳାକୁ ବଂଚେଇ ରଖିବାକୁ ଆରମ୍ଭ ହୋଇଛି ପ୍ରୟାସ। ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ବାଉଁଶ କାରିଗରଙ୍କୁ ରୋଜଗାର ସହ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି।

ଜମ୍ମୁକାଶ୍ମୀର ଉଦ୍ଧମପୁର ଜିଲ୍ଲାର ଘୋରଡି ଗାଁ ଏଠାରେ ରହୁଛନ୍ତି ବାଉଁଶ କାରିଗର ସୁରମା। ଗତ ୪ ଦଶନ୍ଧି ଧରି ସେ ବାଉଁଶରେ ବିଭିନ୍ନ ଘରକରଣା ସାମଗ୍ରୀ ସହ ବାଉଁଶ ଟୋକେଇ ପ୍ରସ୍ତୁତ କରୁଛଛି। କେବଳ ସୁରମା ନୁହଁନ୍ତି ଏଥିର ତାଙ୍କ ପୁରା ପରିବାର ସହାୟତା କରୁଛନ୍ତି। ବଜାରରେ ଏହି ଟୋକେଇ ବିକ୍ରି କରି ସେ ତାଙ୍କ ପରିବାର ଚଳାଉଛନ୍ତି। ଏହି କାମ କରିବାକୁ ଯୁବ ବର୍ଗ ମଧ୍ୟ ଆଗକୁ ଆସିବା ଦରକାର ବୋଲି ସେ କହିଛନ୍ତି। ସେହିପରି ଅନ୍ୟ ଜଣେ ବାଉଁଶ କାରିଗର ହେଉଛନ୍ତି ଆମରି। ସେ ମଧ୍ୟ ଗତ ୪୦ ବର୍ଷ ଧରି ଏହି ବାଉଁଶ ଟୋକୋଇ ପ୍ରସ୍ତୁତ କରୁଛନ୍ତି। ଯାହା ଦୁଇ ପଇସା ରୋଜଗାର ହେଉଛି ସେଥିରେ ସେ ଖୁସିଥିବା କହିଛନ୍ତି। ଘୋରଡି ଗାଁର ଦେଢଶହରୁ ୨ଶହ ପରିବାର ଏହି କାମରେ ନିୟୋଜିତ ହୋଇଛନ୍ତି।

କେବଳ ସୁରମା କିମ୍ବା ଆମରି ନୁହେଁ ଏହି ବାଉଁଶ କଳା ଗାଁର ସମସ୍ତ ପରିବାରକୁ ରୋଜଗାର ସହ ତାଙ୍କ ପିଲାଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିଛି। ପୂର୍ବରୁ ବାଊଁଶ କାରିଗରଙ୍କୁ ଦୁଇ ପଇସା ରୋଜଗାର କରିବାକୁ ନୟାନ୍ତ ହେବାକୁ ପଡୁଥିଲା। ହେଲେ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ଦ୍ୱାରା ରୋଜଗାର ସୃଷ୍ଟି ହେବା ସହ କାମର ପ୍ରସାର ଲାଗି ପ୍ରୟାସ ଆରମ୍ଭ ହୋଇଛି। ସରକାର ଏଠାରେ ଏକ ବାଉଁଶ ସାମଗ୍ରୀ ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ। ସରକାରଙ୍କ ଏହି ପ୍ରୟାସ ବାଉଁଶ କଳାର ପ୍ରଚାର ଓପ୍ରସାର କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି କୁହାଯାଇଛି ।

You might also like