ପାକିସ୍ତାନର ପର୍ଦ୍ଦାଫାସ୍‌ ହେବ: ମୋଦି ଓ ଟ୍ରମ୍ପଙ୍କୁ ଭେଟି ପାକ୍‌ଠାରୁ ସ୍ୱାଧିନତା ମାଗିବେ ପିଓକେ ନେତା

ନୂଆଦିଲ୍ଲୀ: ଆମେରିକାର ଆଜି ଏନଆରଜି ଷ୍ଟାଡିୟମରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶନିବାର ଆମେରିକାର ଟେକସାସ୍‌ ହଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିବେ ବାଲୋଚ, ସିନ୍ଧି ଏବଂ ପାସ୍ତୋ ସଂଗଠନର ପ୍ରତିନିଧି। ପାକିସ୍ତାନ ପାଖରୁ ସ୍ୱାଧୀନତା ପାଇବା ପାଇଁ ସେମାନେ ଦାବି କରିବେ ବୋଲି ଜଣାପଡ଼ିଛି।

ଆମେରିକାର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀ ବାଲୋଚ, ପ୍ରବାସୀ ସିନ୍ଧି ଏବଂ ପାସ୍ତୋ ଆମେରିକା କମ୍ୟୁନିଟି ଏଥିପାଇଁ ଏକାଠି ହୋଇଛନ୍ତି। ମୁଖ୍ୟତଃ ପାକିସ୍ତାନ ସେନା ଦ୍ୱାରା ସ୍ୱାଧୀନତା ଦାବି କରୁଥିବା ସଂଗଠନକୁ ଯେଉଁ ନିର୍ଯାତନା ଦିଆଯାଉଛି ତାକୁ ଭାରତ ଓ ଆମେରିକାର ମୁଖିଆଙ୍କ ଆଗରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

୧୯୭୧ ମସିହାରେ ବାଂଲାଦେଶ ଯେତେବେଳେ ସ୍ୱାଧୀନତା ପାଇଥିଲା ସେତେବେଳେ ଭାରତ ସହଯୋଗର ହାତ ବଢ଼ାଇଥିଲା। ସେହିପରି ଭାବରେ ଭାରତ ଓ ଆମେରିକା ତାଙ୍କୁ ସହଯୋଗ କରନ୍ତୁ ବୋଲି ବାଲୋଚ ନ୍ୟାଶନାଲ ମୁଭମେଣ୍ଟର ଆମେରିକା ନେତା ନବୀ ବକସା ବାଲୋଚ କହିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ଅଧିକୃତ କାଶ୍ମୀରର ଲୋକଙ୍କୁ ପାକିସ୍ତାନ ସେନା ନିର୍ଯାତନା ଦେଉଥିବା ନେଇ ଅନେକ ଅଭିଯୋଗ ରହିଛି। ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପିଓକେବାସୀ ପାକିସ୍ତାନ ପାଖରୁ ସ୍ୱାଧୀନତା ପାଇଁ ଦାବି କରିଆସୁଛନ୍ତି। ଭାରତ ମଧ୍ୟ ପିଓକେକୁ ନିଜ ସହ ମିଶାଇବା ପାଇଁ ଆହ୍ୱାନ କରିସାରିଛି।

ଏହି ସମୟରେ ଜାତିସଂଘ ଓ ବିଭିନ୍ନ ଦେଶମାନଙ୍କର ମୁଖିଆଙ୍କୁ ଭେଟି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ଅନେକ ନେତା କାଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। କାଶ୍ମୀରରେ ଥିବା ଅଳ୍ପସଂଖ୍ୟକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଯାହାର ପ୍ରମାଣ ମଧ୍ୟ ନିକଟରେ ଜାତିଂସଘର ବୈଠକରେ ଦେଇପାରିନଥିଲା ପାକିସ୍ତାନ। ହେଲେ ପିଓକେରେ ହେଉଥିବା ମାନବାଧିକାର ଉଲ୍ଲଂଘନକୁ ଲୁଚାଇବା ପାଇଁ ପାକିସ୍ତାନ ଅନେକ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like