ଚନ୍ଦା ଲୋକଙ୍କୁ ସଂକ୍ରମଣ ଭୟ ଅଧିକ : ୨.୫ ଗୁଣ ଅଧିକ ଗମ୍ଭୀର ରୂପରେ ପୀଡିତ ହେବାର ଆଶଙ୍କା

ନୂଆଦିଲ୍ଲୀ : କରୋନା ମହାମାରୀର କହର ସାରା ବିଶ୍ୱରେ ବଢ଼ିବାରେ ଲାଗିଛି । କିନ୍ତୁ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଏବେ ଚିନ୍ତାଜନକ ରହିଛି । ପ୍ରତି ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟାରେ ମଧ୍ୟ ଲଗାମ ଲାଗୁନି । ଏପରିସ୍ଥଳେ ଏକ ନୂଆ ରିପୋର୍ଟ ଲୋକଙ୍କୁ ଚିନ୍ତାରେ ପକାଇଛି । ଚନ୍ଦାପଣ ଭୋଗୁଥିବା ଲୋକଙ୍କୁ କରୋନା ଶୀଘ୍ର ଶିକାର କରିବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଯେଉଁ ପୁରୁଷଙ୍କ ଠାରେ ମେଲ୍ ହରମୋନ୍ ସେନସିଟିଭିଟି ଲେବେଲ ୨୨ ପ୍ରତିଶତରୁ ଅଧିକ, ସାଧାରଣ ଲୋକଙ୍କ ତୁଳନାରେ ୨.୫ ଗୁଣ ଅଧିକ କରୋନାରେ ଶିକାର ହେବାର ସମ୍ଭାବନା ଅଧିକ ରହିଛି । ଏହି ଅଧ୍ୟୟନରେ ୬୫ ଲୋକଙ୍କୁ ସାମିଲ କରାଯାଇଥିଲା, ଯେଉଁମାନେ ବଂଶାନୁକ୍ରମିକ ଭାବେ ଚନ୍ଦାପଣର ଶିକାର ହୋଇଛନ୍ତି ।

ଡେଲିମେଲର ଖବର ଅନୁଯାୟୀ, ବୈଜ୍ଞାନିକମାନେ ଚନ୍ଦାପଣର ଶିକାର ବ୍ୟକ୍ତି ମାନଙ୍କର ଜିନ୍ ଓ ଡିଏନଏର ସାମ୍ପଲିଂ ମଧ୍ୟ କରିଛନ୍ତି । ଆଉ ଏଥିରେ ପୁରଷଙ୍କର ଚନ୍ଦାପଣ ପ୍ରକାରଭେଦକୁ ମଧ୍ୟ ପରଖିଥିଲେ ବୈଜ୍ଞାନିକ । ଏହାକୁ androgenetic alopeciaର ମଧ୍ୟ କୁହାଯାଏ । ଏହି କାରଣରୁ ୫୦ ବର୍ଷ ବୟସରୁ ଅଧିକ ବିଶ୍ୱର ୫୦ ପ୍ରତିଶତ ପୁରୁଷ ଚନ୍ଦାପଣର ଶିକାର ହୋଇଥାଆନ୍ତି । androgenetic alopeciaରର ଶିକାର ହୋଇଥିବା ବ୍ୟକ୍ତିଙ୍କ ଠାରେ ଏଣ୍ଡ୍ରୋଜେନର ପରିମାଣ ମଧ୍ୟ ବଢ଼ିଯାଏ ।

ନୂତନ ରିସର୍ଚ୍ଚ ଅନୁସାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୂତନ ସମ୍ଭାବନା ଦେଖାଦେଇଛି । କରୋନା ଉପରେ ଅନୁସନ୍ଧାନ କରୁଥିବା ଦଳ କହିଛି, ଏହି ପ୍ରକାରଭେଦ  ମୁତାବକ ଚିକିତ୍ସା କଲେ କରୋନାର ପ୍ରଭାବ ହ୍ରାସ ପାଇବାର ଅନେକ ସମ୍ଭାବନା ରହିଛି । ଏଣ୍ଡ୍ରୋଜେନ୍ ରିସେପ୍ଟର ପୁରୁଷଙ୍କ ଠାରେ ଚନ୍ଦାପଣକୁ ନିୟନ୍ତ୍ରଣ କରେ । ଆଉ ଏଥରୁ ସ୍ପଷ୍ଟ ହୋଇଯାଏ କେଉଁ ବ୍ୟକ୍ତିର ଶରୀର ଏଣ୍ଟ୍ରୋଜେନକୁ ନେଇ କେତେ ସମ୍ବେଦନଶୀଳ ? ଏଣ୍ଡ୍ରୋଜେନ୍ ମଧ୍ୟ MPRSS2 ଏନଜାଇମ୍ ସହିତ ଜଡିତ, ଯାହା କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

You might also like