୧୦ ବର୍ଷ ତଳେ ବାଲାକୋଟ୍ ଆକ୍ରମଣ ପାଇଁ ଯୋଜନା ହୋଇଥିଲା !

ନୂଆଦିଲ୍ଲୀ: ବାଲାକୋଟ୍‌ରେ ଜେଇଏମ୍ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଏବେ ଏକ ନୂଆ କଥା ସାମ୍ନାକୁ ଆସିଛି। ମୋଦି ସରକାରଙ୍କ ସାହସ ଯୋଗୁ ପୁଲଓ୍ୱାମା ଆକ୍ରମଣର ତତ୍‌କ୍ଷଣାତ ଜବାବ ଦିଆଗଲା ବୋଲି ବିଜେପି କହୁଥିବାବେଳେ, ବାୟୁସେନାର ଜଣେ ଅଧିକାରୀ ଆଶ୍ଚର୍ଯ୍ୟକର ବୟାନ୍‌ ଦେଇଛନ୍ତି। ସେ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି, ଏହି ଆକ୍ରମଣ ପାଇଁ ୨୦୦୮ରୁ ଯୋଜନା ହୋଇଥିଲା। ହେଲେ ପୁଲଓ୍ୱାମା ଆକ୍ରମଣ ଏହାକୁ ଖୋରାକ ଯୋଗାଇଲା ବୋଲି ସେ କହିଛନ୍ତି।

୨୦୦୮ ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନ ଭିତରେ ଥିବା ଜୈସ-ଇ-ମହମ୍ମଦର ଶିବିର ଉପରେ ଆକ୍ରମଣ କରିବାକୁ ତତ୍କାଳୀନ ସରକାର ନିଷ୍ପତ୍ତି ନେଇଥିଲେ। ଏହାସହ ତିନି ସେନାକୁ ମଧ୍ୟ ନିଷ୍ପତ୍ତି ସମ୍ଭନ୍ଧରେ କୁହାଯାଇଥିଲା। ତେବେ ଏ ନିଷ୍ପତ୍ତି ଯେପରି ଗଣମାଧ୍ୟମକୁ ଆସିବ ନାହିଁ, ସେଥିଲାଗି ସତର୍କ ରହିବାକୁ କୁହାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଆକ୍ରମଣରେ ବିଳମ୍ବ ହୋଇଥିଲା। ଏବେ ପୁଲଓ୍ୱାମା ଘଟଣା ପରେ ଏଭଳି ପ୍ରତିଶୋଧ ନିଆଯିବ ବୋଲି ସ୍ଥିର ହୋଇଥିଲା ବୋଲି ସେ କହିଛନ୍ତି।

You might also like