ବଡ଼ ଘୋଷଣା କଲା ବଜାଜ୍ ଅଟୋ : କରୋନାରେ ମୃତ କର୍ମଚାରୀଙ୍କ ପରିବାରକୁ ଦୁଇ ବର୍ଷ ପର୍ଯ୍ୟନ୍ତ ମିଳିବ ପୂରା ବେତନ

ଦେଶର ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନୀ ବଜାଜ ଅଟୋ ନିଜ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛି । ସାରା ଦେଶରେ କରୋନା ସଂକ୍ରମଣ ସହ ଲଢ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ବେଡ ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ନିଜ କର୍ମଚାରୀଙ୍କ ପାଇଁ ୨୫୦ରୁ ଅଧିକ ବେଡର ବ୍ୟବସ୍ଥା କରିଛି କମ୍ପାନୀ । କେବଳ ଏତିକି ନୁହେଁ କୌଣସି କର୍ମଚାରୀ କରୋନରେ ସଂକ୍ରମିତ ହୋଇ ଜୀବନ ହାରିଲେ ତାଙ୍କ ପରିବାରକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୂରା ବେତନ ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଲୋକଙ୍କୁ ଅସ୍ତ୍ୟବସ୍ତ କରିପକାଉଛି । ଏପରିସ୍ଥଳେ ଅନେକ ଗାଡ଼ି ନର୍ମାତା କମ୍ପାନୀ ନିଜ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରି ସହାୟତା ଘୋଷଣା କରିଛନ୍ତି । ବିଗତ ବର୍ଷ ମହମାରୀର ପ୍ରଥମାର୍ଦ୍ଧରେ ବଜାଜ ଅଟୋ ବିଭିନ୍ନ ସରକାରୀ, ସ୍ଥାନୀୟ ପ୍ରଶାସନ ଓ ବେସରକାରୀ ସଂଗଠନକୁ ସହଯୋଗ କରିବାକୁ ଯାଇ ୩୦୦କୋଟି ଧନରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଯେଉଁଥିରେ ୧୨ ଅକ୍ସିଜେନ୍ ପ୍ଲାଣ୍ଟ୍ ଓ ଅନ୍ୟାନ୍ୟ ମେଡ଼ିକାଲ ଉପକରଣ କିଣାଯାଇଥିଲା ।

କମ୍ପାନୀର କହିବା ମୁତାବକ, କର୍ମଚାରୀଙ୍କ ସୁରକ୍ଷା ହିଁ ତାଙ୍କର ପ୍ରାଥମିକତା । ତାଙ୍କର ଦେଖାଶୁଣା କରିବା କମ୍ପାନୀର ପ୍ରଥମ ଦାୟିତ୍ୱ । ଆଉ ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ମୃତ କର୍ମଚାରୀଙ୍କ ପରିବାରକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୂରା ବେତନ ଦେବାକୁ ଘୋଷଣା କରିଛି । ଅନ୍ୟପଟେ କୋଭିଡରେ ସଂକ୍ରମିତ ହୋଇ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପିଲାଙ୍କୁ ପାଠ ପଢ଼ିବାରେ ମଧ୍ୟ ସାହାଯ୍ୟ ଦେବ କମ୍ପାନୀ । ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ହସ୍ପିଟାଲାଇଜେସନ୍ ଇନସ୍ୟୁରାନ୍ସ ମଧ୍ୟ ମିଳିବ ।

You might also like