ପଦ୍ମ ଧରିଲେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

ଭୁବନେଶ୍ୱର: ଦେଶର ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ରାଜନୀତି କରିବେ। ସାଇନା ବିଜେପିରେ ଯୋଗ ଦେଇଛନ୍ତି। ସେ ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ସମାରୋହରେ ବିଜେପିରେ ସାମିଲ ହୋଇଛନ୍ତି। ଏଥିସହିତ ତାଙ୍କ ଭଉଣୀ ଚନ୍ଦ୍ରାଂଶୁ  ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି ଏବଂ ସେ ଦେଶ ପାଇଁ କାମ କରିବେ ବୋଲି କହିଛନ୍ତି

୨୯ ବର୍ଷୀୟ ସାଇନା ଯିଏକି ପ୍ରଥମ ଭାରତୀୟ  ମହିଳା ବ୍ୟାଡମିଣ୍ଟନ ଖେଳାଳି ଭାବେ ଅଲିମ୍ପିକ୍ସ ପଦକ ଜିତିଛନ୍ତି । ଏହା ବ୍ୟତୀତ ୨୪ଟି ଅନ୍ତର୍ଜାତୀୟ ଟାଇଟଲ୍ ଜିତିଛନ୍ତି। ଜୁନିୟରରୁ ଆରମ୍ଭ କରି ସିନିୟର ସ୍ତର ପର୍ଯ୍ୟନ୍ତ ବ୍ୟାଡମିଣ୍ଟନ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସାଇନା ।୨୦୧୫ ମସିହାରେ ସାଇନା ବିଶ୍ୱର ନମ୍ବର ୧ ବ୍ୟାଡମିଣ୍ଟନ୍‌ ଖେଳାଳି ହୋଇପାରିଥିଲେ। ଏହାପୂର୍ବରୁ ୨୦୦୯ରେ ସେ ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ବ୍ୟାଡମିଣ୍ଟନ୍‌ ଖେଳାଳି ହୋଇପାରିଥିଲେ। ତାଙ୍କର ବର୍ତ୍ତମାନ ରାଙ୍କ ୯ ରହିଛି। ମୂଳତଃ ହରିୟାଣା ହିସାରର ବାସିନ୍ଦା ଏବଂ ହାଇଦ୍ରାବାଦରେ ରହୁଥିବା ସାଇନା ସେ ତୃତୀୟ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମ ଭୂଷଣ ସହ ଦୁଇ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପାଇସାରିଛନ୍ତି। ଦାନ ଓ ସମାଜସେବା କରୁଥିବା ଆଥଲେଟ୍‌ଙ୍କ ମଧ୍ୟରେ ତାଙ୍କ ସ୍ଥାନ ବିଶ୍ୱରେ ୧୮ ରହିଛି।

ତେବେ ଜଣେ କ୍ରୀଡ଼ାବିତ ହିସାବରେ ସେ ରାଜନୀତିକୁ ଆସିବାରେ ପ୍ରଥମ ନୁହନ୍ତି। ତାଙ୍କ ପୂର୍ବରୁ ବହୁ କ୍ରୀଡ଼ାବିତ ରାଜନୀତିରେ ପାଦ ଥାପିଛନ୍ତି। ସଦସ୍ୟ ସାଧାରଣ ନିର୍ବାଚନରେ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଅଲିମ୍ପିକ୍‌ରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ନେହୱାଲ ଦ୍ୱିତୀୟ ପ୍ରୟାସରେ କାଂସ୍ୟ ପଦକ ପାଇଥିଲେ। ୧୧ଟି ସୁପରସିରିଜ୍‌ ଟାଇଟଲ୍‌ ସହ ୨୪ ଅନ୍ତର୍ଜାତୀୟ ଟାଇଟଲ୍‌ ଜିତିସାରିଛନ୍ତି।

You might also like