ଆତଙ୍କବାଦୀ ଲଢେଇରେ ଭାରତକୁ ବଡ଼ ସଫଳତା, ୨୨ ଉଗ୍ରବାଦୀ ପ୍ରତ୍ୟର୍ପଣ କଲା ମ୍ୟାମାର

ନୂଆଦିଲ୍ଲୀ: ଆତଙ୍କବାଦୀ ଲଢେଇରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। NSA (National Security Advisor) ଅଜିତ୍‌ ଡୋଭାଲଙ୍କ  ତତ୍ତ୍ୱାବଧାନରେ ଚାଲିଥିବା ଏକ ଗୁପ୍ତ ଅଭିଯାନ ଅନୁଯାୟୀ ମ୍ୟାଁମାର ୨୨ ଉଗ୍ରବାଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିଛି। ପ୍ରଥମ ଥର ପାଇଁ ଭାରତକୁ ଏପରି ବ୍ୟାକ୍‌ଡୋର ଡିପ୍ଲୋମାସିର ଫଳ ମିଳିଛି। ଏହି ଆତଙ୍କବାଦୀଙ୍କୁ ପ୍ରତ୍ୟର୍ପଣ କରି ମ୍ୟାଁମାର ଆତଙ୍କବାଦ ଲଢେଇରେ ଭାରତ ସହ ଅଛି ବୋଲି ସ୍ପଷ୍ଟ କରିଛି।

ଏହି ମିଶନ ସମ୍ପୂର୍ଣ୍ଣ ଭାବେ NSA (National Security Advisor) ଅଜିତ୍‌ ଡୋଭାଲଙ୍କ ତତ୍ତ୍ୱାବଧାନରେ ଚାଲିଥିବାବେଳେ ଏପରି ସଫଳତା ପାଇବା ଭାରତ ପାଇଁ ଏକ ବଡ ରାଜନୈତିକ ଜିତାପଟ ବୋଲି ରାଜେନୈତିକ ବିଶ୍ଳେଷକମାନେ କହିଛନ୍ତି।

ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରଥମଥର ପାଇଁ ଏପରି ଏକ ଅପରେଶନ ଥିଲା ଯାହା ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି ଯେ, ଏବେ ମ୍ୟାଁମାର୍‌ରେ ଉଗ୍ରବାଦୀ କାର୍ଯ୍ୟକଳାପ ହ୍ରାସ ପାଇବ। ଅଧିକାରୀଙ୍କ କହିବା ଅନୁସାରେ ଅପରେଶର ତଦାରଖ କରୁଥିବା ଅଜିତ ଡୋଭାଲ ଏହି ଉଗ୍ରବାଦୀଙ୍କୁ ମଣିପୁର ଏବଂ ଆସାମ୍‌ର ସ୍ଥାନୀୟ ଅଧିକାରୀଙ୍କ ଦାୟିତ୍ୱରେ ଦେଇଛନ୍ତି।

ମଣିପୁର ରାଜଧାନୀ ଇମ୍ଫାଲରେ ସ୍ଥାନୀୟ ଅଧିକାରୀଙ୍କ ଦାୟିତ୍ୱରେ ୧୨ ଉଗ୍ରବାଦୀଙ୍କ ପ୍ରତ୍ୟର୍ପଣ କରିବା ପରେ ଗୁଆହାଟୀରେ ବାକି ବିଦ୍ରୋହୀଙ୍କୁ ପ୍ରତ୍ୟର୍ପଣ କରାଯାଇଛି।

ଯେଉଁ ଉଗ୍ରବାଦୀଙ୍କୁ ପ୍ରତ୍ୟର୍ପଣ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଏନଡିଏଫବି (ଏସ୍‌)ର ଗୃହ ସଚିବ ରାଜେନ ଡାଇମରୀ, ୟୁଏନଏଲଏଫର ସନାତୋମ୍ବା ନିଂଗଥୁଜମ୍ ଏବଂ ପିଆରଇଏକେକେର ପର୍ଶୁରାମ ଲେଶରାମ। ଅଧିକାରୀଙ୍କ କହିବା ଅନୁଯାୟୀ, ଗତବର୍ଷ ଜାନୁଆରୀରେ ମ୍ୟାଁମାର ସେନା  ଭାରତର ପୂର୍ବୋତ୍ତର ଭାଗରେ ଆତଙ୍କବାଦୀ ବିରୋଧୀ ଅପରେଶନରେ ସାମିଲ ହୋଇଥିଲେ। ଏହି ଅପରେଶନରେ ଅନେକ ଆତଙ୍କବାଦୀ ଧରାପଡ଼ିଥିଲେ।

ଭାରତୀୟ ସୁରକ୍ଷା ଏଜେନ୍ସିର କହିବା ଅନୁଯାୟୀ, ଉତ୍ତରପୂର୍ବର ଅଧିକାଂଶ ଉଗ୍ରବାଦୀ ମ୍ୟାଁମାରକୁ ନିଜର ସୁରକ୍ଷିତ ଜାଗା ବୋଲି ଭାବିଥାନ୍ତି। ଏଠାରେ ସେମାନେ ତାଙ୍କର କ୍ୟାମ୍ପ କରନ୍ତି ଏବଂ ନୂଆ ସଦସ୍ୟଙ୍କ ଟ୍ରେନିଂ ଏହିଠାରେ ଥିବା କ୍ୟାମ୍ପରେ ହୋଇଥାଏ। ଅନ୍ୟଜଣେ ନର୍ଥ ଇଷ୍ଟ ଡେସ୍କର ଅଧିକାରୀଙ୍କ କହିବା ଅନୁସାରେ ଗତ ବର୍ଷ ଫେବୃୟାରୀ-ମାର୍ଚ୍ଚରେ ହୋଇଥିବା ଏକ ଅପରେଶନରେ ୨୨ ଜଣ ଉଗ୍ରବାଦୀ ଧରାପଡ଼ିଥିଲେ।

ସୂଚନାଥାଉ କି, ଆତଙ୍କବାଦୀ ବିରୋଧୀ ଅପରେଶନରେ ଗତ ଏକ ବର୍ଷ ଧରି ଅଜିତ୍ ଡୋଭାଲ ମ୍ୟାଁମାର ସେନା କମାଣ୍ଡର ଇନ୍ ଚିଫ୍‌ଙ୍କ ସହ ଯୋଗାଯୋଗ କରି ଏହି ଅଭିଯାନ ଜାରି ରଖିଛନ୍ତି।

You might also like