ହୃଦୟ ବିଦାରକ: ମୃତ ମା’ଙ୍କୁ ଉଠାଇବା ପାଇଁ ଚେଷ୍ଟା କରୁଛି କଅଁଳ ଶିଶୁ

ପାଟନା: ବିହାରର ମୁଜାଫରପୁର୍‌ ରେଲ୍‌ୱେ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଦୁନିଆ କ’ଣ ଭଲ ଭାବରେ ଜାଣି ନ ଥିବା ଏହି କଅଁଳ ଶିଶୁ ତା’ର ମୃତ ମା’ଙ୍କୁ ଉଠାଇବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ବିନା ଖାଦ୍ୟପେୟ ଓ ପ୍ରବଳ ଗରମରେ ଗୁଜରାଟରୁ ଆସି ନିଜ ଗନ୍ତବ୍ୟସ୍ଥଳ ବିହାରର ମୁଜାଫର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ସମ୍ପୃକ୍ତ ମହିଳା ଜଣଙ୍କ ଟଳି ପଡ଼ିଥିଲେ। ତାଙ୍କ ମରଶରୀର ଷ୍ଟେସନରେ ପଡ଼ି ରହିଥିବାବେଳେ କଅଁଳ ଶିଶୁଟି ମା’ ଉପରେ ଘୋଡ଼ା ଯାଇଥିବା ଚଦରକୁ ଟାଣୁଥିବାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା।ଯାହା ଶ୍ରମିକଙ୍କ ଅସରନ୍ତି ଦୁର୍ଦ୍ଦଶାର ଚିତ୍ରକୁ ପୁଣି ଉଜାଗର କରିଛି।

ଦେଶବ୍ୟାପୀ ଲକ୍‌ଡାଉନ୍‌‌ ଘୋଷଣା ପରଠୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଜୀବନ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛି।

ଗତ କିଛି ଦିନ ହେବ ତାପମାତ୍ରା ହଠାତ୍ ବଢ଼ି ଯାଇଥିବାରୁ ଶ୍ରମିକଙ୍କ କଷ୍ଟ ଆହୁରି ବଢ଼ି ଯାଇଛି। ଫଳରେ ଏହି ମହିଳାଙ୍କ ଭଳି ଅନେକ ଶ୍ରମିକ ଅକାଳ ମୃତ୍ୟର ଶିକାର ବି ହେଉଛନ୍ତି।

You might also like