ଭ୍ୟାନରୁ ଖସି ରାସ୍ତାରେ ଗୁରୁଣ୍ଡୁଥିଲା ଶିଶୁ, ଉଦ୍ଧାର କଲେ ବନବିଭାଗ କର୍ମଚାରୀ

କେରଳ: କଥାରେ ଅଛି ରଖେ ହରି ମାରେ କିଏ…। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳର ମୁନ୍ନାରରେ। । ଦ୍ରୁତ ଗତିରେ ଯାଉଥିଲା ଏକ ଭ୍ୟାନ। ରାସ୍ତା ମଝିରେ ହଠାତ୍‌ ଡୋର ଖୋଲିଗଲା ଏବଂ ଛୋଟ ଶିଶୁଟିଏ ଖସି ପଡ଼ିଲା। ଗାଡି ସେମିତି ସ୍ପିଡ୍‌ରେ ଚାଲିଗଲା। ଏହି ଦୃଶ୍ୟକୁ ସଠାରେ ଲାଗିଥିବା ସିସିଟିଭି କ୍ୟାମେରା କଏଦ କରିଥିଲା।

ଭିଡିଓରୁ ଯାହା ଜଣାପଡ଼ୁଛି ଏହା ରାତି ସମୟର ଘଟଣା। ରାସ୍ତା ଶୁନ୍‌ଶାନ ଥିଲା। ହଠାତ ଭ୍ୟାନ୍‌ଟିଏ ଦ୍ରୁତ ଗତିରେ ଏହି ରାସ୍ତାରେ ଚାଲିଗଲା। ଭ୍ୟାନ୍‌ଟି ଗଲା ପରେ ଦେଖାଯାଉଛି ରାସ୍ତା ଉପରେ ଛୋଟ ଛୁଆଟିଏ । ବିଚରା ନୀରିହ ଶିଶୁଟି ଜାଣେନି ତା’ ସହ କଣ ହେବାକୁ ଯାଉଛି। ତେଣୁ ନିର୍ଭୟରେ ରାସ୍ତା ଉପରେ ଗୁରୁଣ୍ଡି ଗୁରୁଣ୍ଡି ଆସୁଛି। ଭାଗ୍ୟ ଭଲ, ଗୁରୁଣ୍ଡି ଗୁରୁଣ୍ଡି ରାସ୍ତାର ଗୋଟିଏ ପଟକୁ ଚାଲି ଆସିଥିଲା। ପାଖରେ ଥିଲା ଜଙ୍ଗଲ ବିଭାଗର ଚେକ୍‌ ପୋଷ୍ଟ। ରାତିରେ ଶିଶୁଟି ଏମିତି ଆସୁଥିବା ଦେଖି ସେମାନେ ତାକୁ ଉଦ୍ଧାର କରିଥିଲେ ।

ପରେ ପୋଲିସକୁ ଖବର ଦେବାରୁ ପୋଲିସ ଶିଶୁଟିକୁ ଡାକ୍ତରଖାନାରେ ପହଞ୍ଚାଇ ଚିକିତ୍ସା କରାଇଥିଲେ। ଏଥିସହ ଏକ ଅଜଣା ଶିଶୁ ଉଦ୍ଧାର କଥା ଆଖପାଖ ପୁଲିସ୍‌ ଥାନାକୁ ଜଣାଇଥିଲେ।

ଅନ୍ୟପକ୍ଷେ ଆଗକୁ ଗାଡ଼ି ନେଇ ପଳାଇଥିବା ଶିଶୁଟିର ପରିବାର ଲୋକେ ଶିଶୁ ନିଖୋଜ ସମ୍ପର୍କରେ ପୁଲିସକୁ ଜଣାଇବା ପାଇଁ ଥାନାକୁ ଆସିଥିବାବେଳେ ସେଠାରେ ଶିଶୁ ସୁରକ୍ଷିତ ଥିବା ଖବର ପାଇଥିଲେ।

ଛୁଆଟି କେମିତି ପଡ଼ିଲା ସେ ବିଷୟରେ ପୁଲିସ ପରିବାର ଲୋକଙ୍କୁ ପଚାରିବାରୁ ଉତ୍ତର ମିଳିଥିଲା ଯେ, ସେମାନେ ମନ୍ଦିର ଦର୍ଶନ କରି ଭ୍ୟାନ୍‌ରେ ଫେରୁଥିବାବେଳେ ନିଦ ଲାଗି ଯାଇଥିଲା। ଏଇ ସମୟରେ ଶିଶୁଟି ଗାଡ଼ିରୁ ପଡ଼ି ଯାଇଥିଲା।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like