ଆଣ୍ଟିବଡି ସହ ଜନ୍ମ ନେଲା ଶିଶୁ; କରୋନାକୁ ଦେବ ମାତ୍‌

ନ୍ୟୁୟର୍କ: କରୋନାକୁ ନେଇ ସାରା ବିଶ୍ୱ ଚିନ୍ତାରେ। ହେଲେ ଏଠି କରୋନାକୁ ମାତ ଦେଇ ଜନ୍ମ ନେଇଛି ଶିଶୁ। ଡାକ୍ତରମାନେ ବି ଦେଖି ଆଶ୍ଚର୍ଯ୍ୟ। ଶିଶୁଟି ଆଣ୍ଟିବଡି ସହ ଜନ୍ମ ନେଇଛି ଯେଉଁଥିପାଇଁ କରୋନାକୁ ମାତ ଦେବାକୁ ସେ ସମର୍ଥ। ବୋଧହୁଏ ପ୍ରଥମ ଥର ପାଇଁ ଏପରି ଦେଖିବାକୁ ମିଳିଛି। ତେବେ କଥା ହେଉଛି, ଶିଶୁର ମା‘ କରୋନା ଭାକ୍ସିନର ପ୍ରଥମ ଡୋଜ୍‌ ନେଇଥିଲେ। ଯାହା ଫଳରେ ଶିଶୁଟି ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଡାକ୍ତର କହିଛନ୍ତି।

ମହିଳା ଜଣକ ଗର୍ଭବସ୍ଥାର ୩୬ ସପ୍ତାହରେ ମାର୍ଡନା ଟିକା ନେଇଥିଲେ। ଏହି ଟିକା ନେବାର ୩ ସପ୍ତାହ ପରେ ମହିଳା ଜଣକ ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମ ପରେ ପରେ ଡାକ୍ତର ତୁରନ୍ତ ଶିଶୁର ରକ୍ତ ପରୀକ୍ଷା କରିଥିଲେ। ତେବେ ପରୀକ୍ଷା ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର। ପରୀକ୍ଷା ପରେ ଜଣାପଡ଼ିଥିଲା ରକ୍ତରେ ଆଣ୍ଟିବଡିଜ୍‌ ରହିଛି। ତେବେ ଏ ନେଇ କୌଣସି ସମୀକ୍ଷା କରାଯାଇ ନାହିଁ।

ଘଟଣା ଘଟିଛି ଆମେରିକାର ଫ୍ଲୋରିଡ଼ାରେ। ଆଟଲାଣ୍ଟିକ ବିଶ୍ୱବିଦ୍ୟାଳୟର ସହ ଲେଖକ ପଲ ଗିଲବର୍ଟ ଏବଂ ଚାଡ ରୁଡନିକ୍‌ କହିଛନ୍ତି, କୌଣସି ନବଜାତ ଶିଶୁ ଦେହରେ ଆଣ୍ଟିବଡି ଦେଖାଦେବା ପ୍ରଥମ ଘଟଣା। ମହିଳା ଜଣକ ନିୟମିତ ଭାବେ ସନ୍ତାନଙ୍କୁ ସ୍ତନ୍ୟପାନ କରାଉଛନ୍ତି। ନିୟମ ଅନୁସାରେ କରୋନାର ୨ୟ ଡୋଜ  ୨୮ ଦିନ ପରେ ନେବେ।

ତେବେ ଏହି ଘଟଣାରୁ ଜଣାପଡିଛି, ମାତୃ ଟୀକାକରଣ ସହିତ SARS-CoV-2  ସଂକ୍ରମଣ ବିପଦ ହ୍ରାସ  ପାଇବାର ସମ୍ଭାବନା ରହିଛି।

You might also like