‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ନୂଆଦିଲ୍ଲୀ: ୨୮ ବର୍ଷ ପରେ ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଘଟଣାର ଶୁଣାଣି ଆଜି ଲକ୍ଷ୍ନୌ ସ୍ୱତନ୍ତ୍ର କୋର୍ଟରେ ହୋଇଯାଇଛି। କୋର୍ଟ ଏହି ମାମଲାର ଶୁଣାଣି କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

କୋର୍ଟ ତାଙ୍କ ରାୟରେ କହିଛନ୍ତି, ମସ୍‌ଜିଦ୍‌  ଢାଞ୍ଚାକୁ ଅସାମାଜିକ ବ୍ୟକ୍ତିମାନେ ଭାଙ୍ଗି ଥିଲେ। ଅଭିଯୁକ୍ତ ନେତାମାନେ ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ।

ରାୟ ଆସିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ତଥା ମାମଲାରେ ନିର୍ଦ୍ଧୋଷ ସାବ୍ୟସ୍ତ ହୋଇଥିବା ଲାଲକୃଷ୍ଣ ଆଡଭାନୀ। କୋର୍ଟଙ୍କ ରାୟଙ୍କୁ ସ୍ୱାଗତ କରି ସେ କହିଛନ୍ତି, ଏହି ରାୟ ରାମ ଜନ୍ମଭୂମି ଆନ୍ଦୋଳନ ଓ ବିଜେପି ପ୍ରତି ଥିବା ମୋ ବ୍ୟକ୍ତିଗତ ବିଶ୍ୱାସ ଓ ନିଷ୍ଠାକୁ ସ୍ପଷ୍ଟ କରୁଛି । ଜୟ ଶ୍ରୀରାମ କହି ରାୟଙ୍କୁ ସ୍ୱାଗତ କରିଥିବା ସେ କହିଛନ୍ତି।

୯୨ ବୟସ୍କ ଆଡବାନୀ ତାଙ୍କ ବୟାନରେ କହିଛନ୍ତି, ‘ ମୁଁ ନିଜକୁ ଖୁବ୍‌ ଭାଗ୍ୟଶାଳୀ ମନେକରୁଛି । ୨୦୧୯ ନଭେମ୍ବରରେ ସୁପ୍ରିମ କୋର୍ଟ ଦେଇଥିବା ନିଷ୍ପତ୍ତି ଉପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ମୁଁ ଦଳର ସମସ୍ତ କାର୍ଯ୍ୟକର୍ତ୍ତା, ନେତା, ସନ୍ଥ ବିଶେଷ କରି ଯେଉଁମାନେ ଅଯୋଧ୍ୟା ଆନ୍ଦୋଳନରେ ନିଃସ୍ୱାର୍ଥପର ଭାବ ସେବା ଏବଂ ବଳିଦାନ ଦେଇଥିଲେ ସେ ସମସ୍ତଙ୍କ ପାଖରେ ମୁଁ କୃତଜ୍ଞ।‘

ଏଥିସହିତ ଲିଗାଲ ଟିମ୍‌କୁ ମଧ୍ୟ ଆଡଭାନୀ କୃତଜ୍ଞତା ଜଣାଇଛନ୍ତି। ଏବେ ଦେଶବାସୀଙ୍କ ସହ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କେବେ ଶେଷ ହେବା ଦେଖିବାକୁ ଅପେକ୍ଷା କରିଛି। ଭଗବାନ ରାମଙ୍କ କୃପା ଆମ ଉପରେ ରହିଥାଉ।’

ସେହିପରି ୬ ଡିସେମ୍ବର ୧୯୯୨ରେ ଯାହା ଘଟିଲା ତାହା କୌଣସି ଷଡ଼ଯନ୍ତ୍ର ନଥିଲା, ସବୁକିଛି ଅଚାନକ ଘଟିଥିଲା ବୋଲି କହିଛନ୍ତି ମୁରଲୀ ମନୋହର ଯୋଶୀ। କୋର୍ଟଙ୍କ ରାୟ ପରେ ଏ ବିବାଦ ସମାପ୍ତ ହେବା ଦରକାର ବୋଲି ଦୋହରାଇଛନ୍ତି ଯୋଶୀ।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like