ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ବୟାନ ରେକର୍ଡ କଲେ ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ: ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ବୟାନ ରେକର୍ଡ କଲେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ। ଆଜି ସିବିଆଇ ସ୍ପେଶାଲ କୋର୍ଟରେ ଆଡଭାନୀ ନିଜର ବୟାନ ରେକର୍ଡ କରିଛନ୍ତି।  ଅଯୋଧ୍ୟା ବାବ୍ରୀ ମସଜିଦ ଭଙ୍ଗା ଘଟଣାର ଅଭିଯୁକ୍ତ ଭାବେ ଆଡଭାନୀ ବିଭିନ୍ନ ପ୍ରଶ୍ନ ଉତ୍ତର ରଖିଛନ୍ତି।

ସକାଳ ୧୧ଟାରୁ ସାଢ଼େ ୩ଟା ଯାଏ ଶୁଣାଣି ଜାରି ରହିଥିଲା। ଏହି ସମୟ ମଧ୍ୟରେ ଆଡଭାନୀଙ୍କୁ ଶହେରୁ ଅଧିକ ପ୍ରଶ୍ନ କରିଥିଲେ ସିବିଆଇ ସ୍ପେସାଲ କୋର୍ଟ। ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ତାଙ୍କର ସମ୍ପୃତ୍ତି ନଥିବା କୋର୍ଟକୁ କହିଥିଲେ ଆଡଭାନୀ। ଭିଡିଓ କନ୍‌ଫରେସିଂ ଯୋଗେ ମାମଲାର ଶୁଣାଣି  ହୋଇଥିଲା।

ଗତକାଲି ବିଜେପିର ଅନ୍ୟ ବରିଷ୍ଠ ନେତା ମୁରଲୀ ମନୋହର ଜୋଶୀ ମଧ୍ୟ ଭିଡିଓ କନ୍‌ଫରେସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ୧୯୯୨ ବାବ୍ରୀ ମସଜିଦ ଭଙ୍ଗା ଘଟଣାର ଷଡ଼ଯନ୍ତ୍ରକାରୀ ଭାବେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଶୀ ଏବଂ ଉମା ଭାରତୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା।

ଆହୁରି ପଢ଼ନ୍ତୁ

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

You might also like