ପୂରା ତଥ୍ୟ ଓ ପ୍ରମାଣ ସହ ତିଆରି କରିଛୁ କରୋନା ଔଷଧ:ରାମ ଦେବ
ତଥ୍ୟ ଅଛି, ପ୍ରମାଣ ବି ଅଛି
କରୋନା ଔଷଧକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। କେତେବେଳେ କେନ୍ଦ୍ରର ଭ୍ୟାକ୍ସିନ ନେଇ କିଏ ଅସୁସ୍ଥ ହୋଇଛନ୍ତି ତ ଆଉ କିଏ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ଆଉ ଏହାରି ମଧ୍ୟରେ, କରୋନା ଔଷଧ ବାହାର କରି ଚର୍ଚ୍ଚାରେ ବାବା ରାମଦେବ
- ଆଜି ଐତିହାସିକ ଦିନ, ଛତ୍ରପତି ଶିବାଜୀଙ୍କର ଜନ୍ମଜୟନ୍ତୀ
- ପୂରା ତଥ୍ୟ ଓ ପ୍ରମାଣକୁ ଆଧାର କରି ଆମେ ଔଷଧ ତିଆରି କରିଛୁ
- ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହାର ପ୍ରସ୍ତୁତ ହୋଇଛି
- ଲଂଚ୍ କରିବା ଦିନଠୁ ପ୍ରଶ୍ନ ଉଠିଥିଲା
- ଆୟୁର୍ବେଦ ଚିକିତ୍ସାକୁ ନେଇ ସନ୍ଦେହ କରନ୍ତି ଲୋକ
ମୁମ୍ବାଇ: କରୋନା ମହାମାରୀକୁ ନେଇ ଏବେ ସାରା ଦେଶରେ ଭୟ ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟକୁ କରୋନା ଭ୍ୟାକ୍ସିନ୍ ଦିଆଯାଇଛି। କରୋନା ଯୋଦ୍ଧାଙ୍କ ସମେତ ଅନେକ ଲୋକ ଏହି ଟିକା ମଧ୍ୟ ନେଲେଣି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନା ଟିକାକୁ ନେଇ ବାବା ରାମଦେବ ନିଜ ପ୍ରତିକ୍ରିୟା ରଖିଛନ୍ତି। ବାବା କହିଛନ୍ତି ଯେ, ଆମେ ପୂରା ଅନୁସନ୍ଧାନ ଓ ପ୍ରମାଣ ରଖି କରୋନାର ଆୟୁର୍ବେଦ ଟିକା ପ୍ରସ୍ତୁତ କରିଛୁ।
ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀକୁ ଏକ ଐତିହାସିକ ଦିନ ବୋଲି ବର୍ଣ୍ଣନା କରି ବାବା ରାମଦେବ କହିଛନ୍ତି ଯେ, ଆୟୁର୍ବେଦ ଉପରେ ଗବେଷଣା ବିଷୟରେ ଲୋକଙ୍କ ମଧ୍ୟରେ ସନ୍ଦେହ ରହିଛି, କିନ୍ତୁ ସନ୍ଦେହର ସମସ୍ତ ଦିଗକୁ ଭେଦ କରି ଅନୁସନ୍ଧାନ ଏବଂ ପ୍ରମାଣ ଉପରେ ଆଧାର କରି ଆମ୍ଭେମାନେ ଔଷଧ ପ୍ରସ୍ତୁତ କରିଛୁ ବୋଲି ସେ କହିଛନ୍ତି।
ବାବା ରାମଦେବ ଶୁକ୍ରବାର ଦିନ କରୋନା ଭାଇରସର ଆୟୁର୍ବେଦିକ ଔଷଧ ଘୋଷଣା କରିଥିଲେ ଏବଂ ଏହା ସମ୍ପର୍କୀତ ଏକ ଅନୁସନ୍ଧାନ ପେପର ପୁସ୍ତକକର ମଧ୍ୟ ଉନ୍ମୋଚନ କରିଥିଲେ। ଏହି ଘୋଷଣା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଉପସ୍ଥିତ ମଧ୍ୟ ଥିଲେ।
ନିତିନ ଗଡକରୀ କହିଛନ୍ତି ଯେ, ଯୋଗ ଆୟୁର୍ବେଦରେ ଅନୁସନ୍ଧାନ ପାଇଁ ବାବାଜୀ ଏବଂ ଆଚାର୍ଯ୍ୟ ଜୀ ଏକ ବହୁତ ବଡ ଗବେଷଣା ପ୍ରତିଷ୍ଠାନର ପ୍ରତିଷ୍ଠା କରିଛନ୍ତି। ଯୋଗ ଏବଂ ଆୟୁର୍ବେଦ ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଗବେଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାସହ ଆମେ ବାବାଜୀଙ୍କୁ ଯୋଗ ଏବଂ ଆୟୁର୍ବେଦର ବ୍ରାଣ୍ଡ ଆମ୍ବାସାଡର ଭାବରେ ଦେଖୁ ବୋଲି ଗଡ଼କରୀ କହିଛନ୍ତି।
ଏହାସହ ଚମତ୍କାର ବିନା କେହି ନମସ୍କାର କରନ୍ତି ନାହିଁ, ଯଦି ଲୋକମାନେ ଅନୁଭବ କରିଛନ୍ତି, ସେମାନେ ଗ୍ରହଣ କରିଛନ୍ତି, ତେବେ ଏଥିରେ କିଛି କହିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଅନେକ ସମୟରେ ଲୋକମାନେ କୁହନ୍ତି ଯେ, ବିଶ୍ୱାସରେ ଆୟୁର୍ବେଦ ଲୋକ ଗ୍ରହଣ କରନ୍ତି କିନ୍ତୁ ସମୟ ବଦଳିଛି। ତେଣୁ ଏବେ ବିଶ୍ୱାସ ସହ ପ୍ରମାଣ ମଧ୍ୟ ଲୋକ ପାଇବେ ବୋଲି ଗଡ଼କରୀ କହିଛନ୍ତି।
#ପତଞ୍ଜଳି_ଆଣିଲା_କରୋନା_ଔଷଧ
କରୋନା ମହାମାରୀକୁ ମାତ୍ ଦେବାକୁ ପତଞ୍ଜଳୀ ପ୍ରସ୍ତୁତ କରିଛି ଔଷଧ। ଆୟୁବୈଦିକ ପ୍ରଦ୍ଧତି ଦ୍ୱାରା ଏହାର ମୁକାବିଲା କରିବାକୁ ଦାବି କରିଛି ପତଞ୍ଜଳୀ। ଆଜି ଏନେଇ କମ୍ପାନୀ ପକ୍ଷରୁ କରୋନିଲ୍ ଓ ତା’ସହ କିଛି ଔଷଧ କିଟ ଉନ୍ମୋଚନ କରାଯାଇଛି #Coronavirus #Civid19 #CoronaUpdate #Patanjali #Odisha pic.twitter.com/J1pZsu1JMb— ଓଟିଭି (@otvkhabar) February 19, 2021