ଥାନାର ଦ୍ୱାରସ୍ଥ ହେଲେ ‘ବାବା କା ଢାବା’ର ମାଲିକ, ୟୁଟ୍ୟୁବରଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: କିଛିଦିନ ତଳେ ସୋସିଆଲ୍‌‌ ମିଡିଆରେ ସେନ୍‌ସେସନ୍‌ ସାଜିଥିବା ଦିଲ୍ଲୀ ମାଲଭିଆ ନଗରର ଲୋକପ୍ରିୟ  ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

‘ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିବା ୟୁଟ୍ୟୁବର ଗୌରବ ବାସନ୍‌ଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି।ସହାୟତା ପାଇଁ ଆସିଥିବା ଆର୍ଥିକ ଅନୁଦାନକୁ ଗୌରବ ହଡ଼ପ କରିଥିବା ନେଇ କାନ୍ତା ଅଭିଯୋଗ କରିଛନ୍ତି। ରବିବାର ପୋଲିସ୍‌ ଏସମ୍ପର୍କରେ ସୂଚନା ଦେଇଛି।

କାନ୍ତା ଅଭିଯୋଗ ଆଣିଛନ୍ତି, ଗୌରବ ଜାଣିଶୁଣି  ନିଜର ଓ ନିଜ ପରିବାରର, ସାଙ୍ଗସାଥୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ବିବରଣୀ ଓ ମୋବାଇଲ୍‌ ନମ୍ବର ଆର୍ଥିକ ସହାୟତା କରିଥିବା ଲୋକଙ୍କ ସହ ଶେଆର କରିଥିଲେ। ଏହାସହ ଆର୍ଥିକ ଅନୁଦାନକୁ ତାଙ୍କ ଅଜାଣତରେ ଗୌରବ ବିଭିନ୍ନ ପେମେଣ୍ଟ ମାଧ୍ୟମରେ ସଂଗ୍ରହ କରିଥିବା କାନ୍ତା ଅଭିଯୋଗ କରିଛନ୍ତି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅକ୍ଟୋବରରେ ‘ବାବା କା ଢାବା’ର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଭିଡିଓରେ ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ କାନ୍ଦୁଥିବା ଦେଖିବାକୁ ମିଳିଥିଲା। କରୋନା ମହାମାରୀ ଯୋଗୁ ତାଙ୍କ ଆୟ ୧୦୦ଟଙ୍କାରୁ କମ୍‌ ହୋଇଯାଇଥିବା ସେ କାନ୍ଦି କାନ୍ଦି କହୁଥିବା ନଜର ଆସିଥିଲା। ଏହି ଭିଡିଓକୁ ୟୁଟ୍ୟୁବର ଗୌରବ ବାସନ୍ ଶୁଟିଂ କରି ଏହାକୁ ତାଙ୍କର ଚ୍ୟାନେଲ୍‌ ଅପଲୋଡ୍‌ କରିବା ସହ ବୃଦ୍ଧ ଦମ୍ପତିଙ୍କୁ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ। ଭିଡ଼ିଓଟି ଭାଇରାଲ୍‌ ହେବା ପରେ ଏଦି ଦମ୍ପତ୍ତିଙ୍କୁ ଅନେକ ବଡ ଲୋକ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।

ବୃଦ୍ଧ ଦମ୍ପତିଙ୍କୁ ସହାୟତା କରିବା ପାଇଁ ଗୌରବଙ୍କ ଆକାଉଣ୍ଟକୁ କିଛି ଦିନ ଭିତରେ ଲକ୍ଷାଧିକ ଟଙ୍କାର ସହାୟତା ଆସିଥିଲା। ହେଲେ ଏହି ଟଙ୍କାକୁ ଗୌରବ ହଡ଼ପ କରିଥିବା ନେଇ ଏବେ କାନ୍ତା ପ୍ରସାଦ ଅଭିଯୋଗ ଆଣିଛନ୍ତି।

ପଢ଼ନ୍ତୁ: ‘ବାବା କା ଢାବା’ରେ ଗ୍ରାହକଙ୍କ ଲମ୍ବା ଲାଇନ, ବୃଦ୍ଧ ଦମ୍ପତ୍ତିଙ୍କ ମୁହଁରେ ଫେରିଲା ହସ

ଆହୁରି ପଢ଼ନ୍ତୁ

କାଲି ଭାରତ ବନ୍ଦ, ଗଡ଼ିବନି ଅଖ-ଚକ

ହେଡ୍‌ଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ମର୍ଣ୍ଣିଂ ୱାକ୍‌ କରୁଥିଲେ; ମାଡ଼ି ଆସିଲା ଟ୍ରେନ୍‌, ତା’ପରେ…

ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର: ସୁପ୍ରିମ୍‌କୋର୍ଟ

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

You might also like