ନିର୍ବାଚନ ପୂର୍ବରୁ ଅାଝାରୁଦ୍ଦିନଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଅାର ପୂର୍ବତନ ଅଧିନାୟକ ତଥା ପୂର୍ବତନ ସାଂସଦ ମହମ୍ମଦ ଅାଝାରୁଦ୍ଦିନଙ୍କୁ ତେଲେଙ୍ଗାନା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଅାଯାଇଛି। ନିର୍ବାଚନ ପୂର୍ବରୁ ଅାଝାରୁଦ୍ଦିନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇ ଦଳରେ ତାଙ୍କର ପ୍ରାଧାନ୍ୟ ବଢ଼ାଇଥିବା କୁହାଯାଉଛି।

ଅାଝାରୁଦ୍ଦିନ ୨୦୦୯ରେ ଉତ୍ତରପ୍ରଦେଶର ମୋରାଦାବାଦରୁ ଲୋକସଭାକୁ ବିଜୟୀ ହୋଇଥିଲେ। ହେଲେ ୨୦୧୪ରେ ରାଜସ୍ଥାନର ଟଙ୍କ-ସୱାଇ ଅାସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ଅାଝାରୁଦ୍ଦିନ। ତେବେ ୨୦୧୯ ନିର୍ବାଚନରେ ସେ ତେଲେଙ୍ଗାନାର ସିକନ୍ଦରାବାଦ ଅାସନରୁ ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି।

You might also like