ବାଚସ୍ପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଲେ ଆଜମ୍‌ ଖାନ୍‌

ଲକ୍ଷ୍ନୌ: ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସୁଥିବା ରାମପୁର ସମାଜବାଦୀ ସାଂସଦ ଆଜମ ଖାନ୍ ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏଥର ବାଚସ୍ପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ଆଜମ୍। ଲୋକସଭାରେ ଟ୍ରିପଲ ତକାଲ ବିଲ୍‌କୁ ନେଇ ତର୍କ ଚାଲିଥିବା ବେଳେ ବାଚସ୍ପତିଙ୍କ ଚୌକିରେ ବସିଥିବା ବରିଷ୍ଠ ସାଂସଦ ରମା ଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ଆଜମ ଖାନ।

ଏହି ଘଟଣାକୁ ନେଇ ବିବାଦ ଦେଖାଦେବା ପରେ ସେ କୌଣସି ଅଶାଳୀନ ମନ୍ତବ୍ୟ ଦେଇନଥିବା କହି ଗୃହ ପରିତ୍ୟାଗ କରିଥିଲେ ଆଜମ୍। ଅନ୍ୟପଟେ ଏହାକୁ ନେଇ ଗୃହରେ ହଙ୍ଗାମା କରିଛି ଶାସକ ଦଳ ବିଜେପି। ଆଜମ ଖାନ୍ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସେପଟେ ଏହି ଘଟଣାକୁ ଲୋକସଭା ରେକର୍ଡରୁ କାଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

You might also like