‘ଅମୃତ ମହୋତ୍ସବ’ର ଉଦଘାଟନ କରିବାକୁ ସାବରମତି ଆଶ୍ରମରେ ପ୍ରଧାନମନ୍ତ୍ରୀ

ଆନୁଷ୍ଠାନିକ ଭାବେ ଦାଣ୍ଡି ମାର୍ଚ୍ଚର ଶୁଭାରମ୍ଭ କରିବେ ମୋଦି, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ

ଅହମଦାବାଦ: ସାବରମତି ଆଶ୍ରମରେ ପ୍ରଧାନମନ୍ତ୍ରୀ । ଆଜି ନରେନ୍ଦ୍ର ମୋଦି ଗୁଜରାଟର ଅହମ୍ମଦାବାଦ ସ୍ଥିତ ସାବରମତି ଆଶ୍ରମରୁ ଆନୁଷ୍ଠାନିକ ଭାବେ ଦାଣ୍ଡି ମାର୍ଚ୍ଚର ଶୁଭାରମ୍ଭ କରିବେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଉ ଏଥିପାଇଁ ସାବରମତି ଆଶ୍ରମରେ ପହଞ୍ଚି ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଅମୃତ ମହୋତ୍ସବ ସହ ଜଡିତ ଅନେକ ସାଂସ୍କୃତିକ ଏବଂ ଡିଜିଟାଲ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । କିଛି ସମୟ ପରେ ସାବରମତି ଆଶ୍ରମରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବେ ମୋଦି ।

ପ୍ରଧାନମନ୍ତ୍ରୀ ଟ୍ୱିଟ‌ କରି ଲେଖିଛନ୍ତି, ଆଜିର ‘ଅମୃତ ମହୋତ୍ସବ’  ଦାଣ୍ଡିଯାତ୍ରା ଆରମ୍ଭ ହୋଇଥିବା ସାବରମତି ଆଶ୍ରମରୁ ଆରମ୍ଭ ହେଉଛି। ଭାରତବାସୀଙ୍କ ମଧ୍ୟରେ ଆତ୍ମନିର୍ଭର ଭାରତକୁ ଆଗେଇ ନେବାରେ ଏହି ପଦଯାତ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବାପୁ ଏବଂ ଅନ୍ୟ ମହାନ୍‌ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ‘ଲୋକାଲ୍‌ ଫର୍‌ ଭୋକାଲ୍‌’  ଅପୂର୍ବ ଶ୍ରଦ୍ଧାଞ୍ଜଳି।

ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଏକ ସର୍ଟ ଫିଲ୍ମର ସ୍କ୍ରିନିଂ ମଧ୍ୟ କରାଯାଇଛି । ଏହାପୂର୍ବରୁ ଅହମ୍ମଦାବାଦର ଅଭୟ ଘାଟରେ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ପ୍ରଦର୍ଶନୀରେ ଚିତ୍ରକଳା, ପତ୍ରପତ୍ରିକା ଏବଂ ଅନ୍ୟାନ୍ୟ ସଂଗୃହୀତ ସାମଗ୍ରୀ  ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ତେବ ଏହି ସମୟରେ ଗୁଜରାଟ ରାଜ୍ୟପାଳ, କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ମଧ୍ୟ  ମୋଦିଙ୍କ ସହ ଉପସ୍ଥିତି ଥିଲେ।

ପ୍ରଧାନମନ୍ତ୍ରୀ ସାବରମତି ଆଶ୍ରମରୁ ନବସାରୀ ଦାଣ୍ଡି ପର୍ଯ୍ୟନ୍ତ ଯାଉଥିବା ୮୧ ପଦଯାତ୍ରୀଙ୍କୁ ପତକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିବେ । ପାଖାପାଖି ୨୪୧ ମାଇଲ ଏହି ଯାତ୍ରା ୨୫ ଦିନରେ ୫ ଏପ୍ରିଲରେ ଶଷ ହେବ । ଦାଣ୍ଡି ରାସ୍ତାରେ ବିଭିନ୍ନ ସମୁଦାୟର ଲୋକ ପଦଯାତ୍ରାରେ ସାମିଲ ହେବାର ଯୋଜନା ରହିଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ୭୫ କିମି ପଦଯାତ୍ରାର ପ୍ରଥମ ପର୍ଯ୍ୟାୟରେ ନେତୃତ୍ୱ କରିବେ ବୋଲି ସୂଚନା ମିଳିଛି।

 

You might also like