ଆଉ କିଛି ସମୟର ଅପେକ୍ଷା, ଅଯୋଧ୍ୟାରେ ଆରମ୍ଭ ହେବ ଭୂମି ପୂଜନ ଉତ୍ସବ

ଅଯୋଧ୍ୟା: ଆଉ ମାତ୍ର କିଛି ସମୟର ଅପେକ୍ଷା । ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏଥିପାଇଁ ତିନି ଦିନ ଧରି ଚାଲିଛି ଭୂମି ପୂଜନ ଉତ୍ସବ । କୋଟି କୋଟି ରାମଭକ୍ତଙ୍କ ସ୍ୱପ୍ନ ସାକାର ହେବ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ମହାସମାରୋହରେ ଭୂମି ପୂଜନ ପାଇଁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଛି ।

ଭୂମି ପୂଜନ କାର୍ଯ୍ୟକ୍ରମ ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଲାଗି ପ୍ରସ୍ତୁତି ଶେଷ ହୋଇଛି।  ସାଧୁସନ୍ଥ ମାନେ ବି ଉତ୍ସବସ୍ଥଳରେ ପହଞ୍ଚିବାରେ ଲାଗିଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ପୂରା ସଜେଇ ହୋଇଛି। ସରଜୁ ନଦୀ କୂଳକୁ ମଧ୍ୟ ସଜ୍ଜିତ କରାଯାଇଛ। ରାତିରେ ହଜାର ହଜାର ଦୀପମାଳା ଦିପାବଳୀର ଭ୍ରମ ସୃଷ୍ଟି କରିଛି । ସେହିପରି ରଂଗୀନ ଆଲୋକମାଳାରେ ଝଲସୁଛି ସମଗ୍ର ଅଯୋଧ୍ୟା ସହର । ସାଧୁସନ୍ଥଙ୍କ ରାମଧ୍ୱନୀ ସହ ଅଖଣ୍ଡ ରାମାୟଣ ଗାନରେ କମ୍ପୁଛି ଚଉଦିଗ ।

ମୋଦି ସକାଳ ୯ଟା ୩୫ରେ ସେ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ । ଲକ୍ଷ୍ନୌ ବିମାନ ବନ୍ଦରରେ ୧୦ଟା ୩୫ରେ ପହଞ୍ଚିବେ । ୧୦ଟା ୪୫ରୁ ହେଲିକପ୍ଟର ଯୋଗେ ଅଯୋଧ୍ୟା ଯାତ୍ରା କରିବେ । ଦିନ ୧୧ଟା ୩୦ରେ ଅଯୋଧ୍ୟାର ସାକେତ କଲୋନି ହେଲିପ୍ୟାଡରେ ପହଞ୍ଚିବେ । ଏହା ପରେ ୧୧ଟା ୪୦ରେ ହନୁମାନି ଗଡ଼ି ଯାଇ ଦର୍ଶନ କରିବେ । ମଧ୍ୟାହ୍ନ ୧୨ଟାରେ ରାମଜନ୍ମଭୂମିରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ୧୦ ମିନଟ ପାଇଁ ରାମଲାଲାଙ୍କ ଦର୍ଶନ କରିବେ । ପ୍ରଧାନମନ୍ତ୍ରୀ ପ୍ରସ୍ତାବିତ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନ ୧୨ଟା ୩୦ରୁ ଭୂମି ପୂଜା ଆରମ୍ଭ ହେବ।

You might also like