୨୨ କିଲୋ ୬ ଶହ ଗ୍ରାମ ରୂପା ଇଟାରେ ରାମମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। କୋଟି କୋଟି ରାମ ଭକ୍ତଙ୍କ ସ୍ୱପ୍ନ ଶାକାର ହେବ । ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ, ସୁଉଚ୍ଚ ଶ୍ରୀରାମଙ୍କ ମନ୍ଦିର। ଆଜି ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଘଟିଛି ସେହି ଐତିହାସିକ ଘଟଣା।ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭୂମି ପୂଜା କରିବା ପରେ ଶିଳାନ୍ୟାସ କରିଛନ୍ତି। ଏହା ପରେ ଆରମ୍ଭ ହେବ ମନ୍ଦିର ନିର୍ମାଣ। ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ସହ ମାତ୍ର ୧୭୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମ୍ପନ୍ନ ହେଲା ଏହି ମହାର୍ଘ କାମ।

ନିର୍ଦ୍ଧାରିତ ମୁହୂର୍ତ୍ତ ୧୨ଟେ ୪୪ ମିନିଟରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ସହ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ। ୯ଟି ଶିଳାକୁ ପୂଜା କରାଯାଇଥିଲା। ଏହାର ମଝିରେ ଯେଉଁ ଶିଳା ରଖାଯାଇଛି ଏହାର ଠିକ୍‌ ଉପରେ ରାମଲଲା ବିରାଜମାନ କରିବେ।

୨୨ କିଲୋ ୬ ଶହ ଗ୍ରାମ ରୂପା ଇଟା ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦି ଶିଳ୍ୟାନାସ କରିଛନ୍ତି। ଏହାସହ ଅନ୍ୟ ୯ଟି ଇଟାକୁ ଅନ୍ୟାନ୍ୟ ଅତିଥି ଶିଳ୍ୟାନାସ କରାଇଛନ୍ତି। ଏହି ୯ଟି ଇଟା ୧୯୮୯ ମସିହାରେ ରାମ ଭକ୍ତ ମାନେ ପ୍ରଦାନ କରିଥିଲେ। ଏବେ ଯାଏ ମନ୍ଦିର ନିର୍ମାଣ ପାଇଁ ପହଞ୍ଚିଛି ୨ ଲକ୍ଷ ୭୫ ହଜାର ଇଟା। ଯେଉଁଥିରୁ ୧୦୦ ଇଟାରେ ଜୟ ଶ୍ରୀରାମ ଖୋଦେଇ ହୋଇଛି।

ସେହିପରି ଦେଶର ଦୁଇ ଶହ ପବିତ୍ର ନଗରୀର ମାଟି ଓ ପବିତ୍ର ନଦୀର ଜଳକୁ ବି ଆଜି ଭୂମି ପୂଜନରେ ସାମିଲ କରାଯାଇଛି।  ହୋମ ଯଜ୍ଞ ସହ ମନ୍ତ୍ର ପାଠ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ରାମଲାଲାଙ୍କ ଜନ୍ମଭୂମି। ବେଦ ପାଠରେ ଚର୍ତୁଃଦିଗରେ ରାମମୟ ହୋଇଥିଲା।


ଭୂମି ପୂଜନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କ ଦର୍ଶନ କରିଥିଲେ। ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଆଶିଷ ଲାଭ କରିଥିଲେ। ଫୁଲ ମାଳ ଅର୍ପଣ କରିବା ସହ ଅଳତି କରିଥିଲେ ମୋଦି। ରାମଲାଲାଙ୍କ ବେଢ଼ା ପରିକ୍ରମା କରି ବେଶ୍ କିଛି ସମୟ ରାମଲାଲଙ୍କ ସ୍ମରଣ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଆଜି ଭିନ୍ନ ଓ ଭକ୍ତିପୁତ ଅବତାରରେ ଦେଖିବାକୁ ମିଳିଥିଲା। ରାମଲାଲାଙ୍କ ଦର୍ଶନ ପରେ ମୋଦି  ପାରିଜାତ ଫୁଲ୍ ଗଛ ଲଗାଇଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିବା ପରେ ହନୁମାନଙ୍କ ଦର୍ଶନ କରିଥିଲେ। ୧୦ମ ଶତାବ୍ବିର ହନୁମାନ ଗଢ଼ିରେ ପହଞ୍ଚି ଶ୍ରୀହନୁମାନଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ।  ମନ୍ଦିର ପରମ୍ପରା ଅନୁଯାୟୀ ମୋଦିଙ୍କୁ ଉପହାର ସ୍ୱରୂପ ରୂପା ଖଚିତ ମୁକୁଟ୍ ପ୍ରଦାନ କରାଯାଇଛି।

 

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like