ଆସନ୍ତାକାଲି ରାମ ମନ୍ଦିର ଭୂମିପୂଜନ; ହନୁମାନଗଡ଼ିରୁ ଆରମ୍ଭ ହେଲାଣି ପୂଜା

ଅଯୋଧ୍ୟା : ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆସନ୍ତା କାଲି ହେବ ଭୂମି ପୂଜନ। ଏହି ଭୂମି ପୂଜନ  କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏଥିଲାଗି ଚଳଚଞ୍ଚଳ ସାରା ଅଯୋଧ୍ୟା।  ଆଜିଠାରୁ ଅଯୋଧ୍ୟାର ହନୁମାନଗଡ଼ି ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସକାଳରୁ ୮ଟାରୁ ରାମ ଅର୍ଚ୍ଚନା ପୂଜା କାର୍ଯ୍ୟକ୍ରମ ସହ ହନୁମାନଗଡ଼ି ମନ୍ଦିରରୁ ପୂଜା ଆରମ୍ଭ ହୋଇଯାଇଛି ।

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯେଉଁମାନଙ୍କୁ ଆମନ୍ତ୍ରିତ କରାଯାଇଛି କେବଳ ସେଇମାନଙ୍କୁ ହିଁ ଆସିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁରୋଧ କରିଛନ୍ତି।

ଆସନ୍ତାକାଲି ଭୂମି ପୂଜନ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପିଏମ୍ ମୋଦି ପ୍ରଭୁ ରାମଙ୍କ ଦର୍ଶନ ମଧ୍ୟ କରିବେ । ଭୂମି ପୂଜନରେ ପାରିଜାତ ବୃକ୍ଷ ରୋପଣ କରିବେ । ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ମୋଟ ୫ ଜଣ ବସିବେ । ବାକି ୪ ଜଣ ହେଲେ ଆରଏସ୍ଏସ୍ ମୁଖ୍ୟ ମୋହନ ଭଗବତ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମହନ୍ତ ନୃତ୍ୟ ଗୋପାଳ ଦାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୩ ଘଣ୍ଟା ଏଠାରେ ବିତାଇବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ରାତିରୁ ଅଯୋଧ୍ୟାର ସମସ୍ତ ସୀମା ସିଲ୍ କରାଯିବ । ଆସନ୍ତାକାଲି ରାତ୍ରି ୧୨ଟା ପର୍ଯ୍ୟନ୍ତ ଏହି କଟକଣା ରହିବ । ଭୂମି ପୂଜନ ଉତ୍ସବ ଲାଗି ୧୭୫ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି ।

୧୭୫ ଜଣଙ୍କ ମଧ୍ୟରୁ ୧୩୫ ଜଣ ସାଧୁସନ୍ଥ ରହିଛନ୍ତି । ଏହି ଅବସରରେ ନେପାଳରୁ ମଧ୍ୟ ସାଧୁସନ୍ଥକୁ ଆମନ୍ତ୍ରିତ କରାଯାଇଛି ।ଗତ ଏପ୍ରିଲ ୧୮ ପରେ ଗର୍ଭଗୃହରେ ବାସ୍ତୁପୂଜା ଏବଂ ଆହୁତି ପ୍ରଦାନ କରାଯାଉଛି । ଏହି ପୂଜାରେ କାଶୀ, ଅଯୋଧ୍ୟା, ଦିଲ୍ଲୀ, ପ୍ରୟାଗରୁ ବିଦ୍ୱାନମାନଙ୍କୁ ଡକାଯାଇଛି । ବିଭିନ୍ନ ପୁଜା ପାଇଁ ଅଲଗା ଅଲଗା ବ୍ରାହ୍ମଣ ରହିଛନ୍ତି । ୨୧ ଜଣ ବ୍ରାହ୍ମଣଙ୍କୁ ନେଇ ପୁରା ଟିମ ଗଠନ ହୋଇଛି । ନିଜେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

 

 

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like